କେନ୍ଦ୍ରୀୟ ବଜେଟ୍‌ ୨୦୨୩କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

0 88

ବାଲିଗୁଡ଼ା :କେନ୍ଦ୍ରୀୟ ବଜେଟ୍‌ ୨୦୨୩ କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପଦିକା କୁସୁମି ପ୍ରଧାନ ଓ ଜିଲ୍ଲା ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଚଳିତ ବଜେଟ ସମ୍ପର୍କରେ ତଥ୍ୟ ରଖିବା ସହ ଶାସକ ଦଳକୁ ପ୍ରଶ୍ନବାଣ ମାରିଛନ୍ତି । ରାଜ୍ୟ ଯାହା ମାଗୁଛି କେନ୍ଦ୍ର ତା’ଠାରୁ ଅଧିକ ଦେଉଛି । ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଏହି ବଜେଟ୍‌ ହୋଇଛି । ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୁଣ୍ଡ ପିଛା ଆୟ ଦୁଇଗୁଣ ବଢ଼ିଛି । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, କୃଷି,ଶିଳ୍ପ,ରେଳ ଭଳି ଅନେକ ଗୁଡ଼ିଏ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି । ଏଣୁ ଏ ମିଛ ରାଜନୀତି ଛାଡ଼ି ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲେଇବା ବଦଳରେ ସତ କୁହନ୍ତୁ ଏବଂ କେନ୍ଦ୍ର ଦେଉଥିବା ଟଙ୍କାର ସଦୁପଯୋଗ କରନ୍ତୁ ବୋଲି କହିଛନ୍ତି ତେଜେଶ୍ୱର । ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଟିକୋଟି ଟଙ୍କା ଦେଉଛି । ରାଜ୍ୟ ସରକାର ସେସବୁ ଉପଯୁକ୍ତ ଭାବରେ ଖର୍ଚ୍ଚ କରିବା ଦରକାର । ଯଦି ଖର୍ଚ୍ଚ କରିପାରୁଛନ୍ତି ତେବେ ଏ ସରକାର ବିଫଳ ସରକାର । କେନ୍ଦ୍ର ସରକାରଙ୍କ ଏହି ବଜେଟ ସମ୍ପର୍କରେ ଆମେ ତୃଣମୂଳସ୍ତରର ଲୋକଙ୍କୁ ବୁଝାଇବୁ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଆମେ ପରିବର୍ତ୍ତନ ଆଣିବୁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ମୁଖପାତ୍ର ।

hiranchal ad1
Leave A Reply

Your email address will not be published.

2 × three =