ଓଡ଼ଗାଁ ତହସିଲ ହାତରୁ ଚାଲିଯିବ କି ପଥରଖଣି ! ପୁଆଣିଆ ପଥର ଖଣିରେ ଓଆରଏସଏସି ଟିମ

0 63

ଓଡ଼ଗାଁ:ଓଡ଼ଗାଁ ତହସିଲ ଅଧୀନରେ ଥିବା ୨୦ରୁ ଉର୍ଦ୍ଧ୍ୱ ଖଣି ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗୁରୁବାର ଓଡିଶା ସ୍ପେଶ ଆପ୍ଲିକେଶନ କେନ୍ଦ୍ରର ଏକ ଟିମ ସହିତ ଖଣିଜ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଆସି ପୁଆଣୀଆଁ ଖଣି ପରିଦର୍ଶନ କରି ଫେରିଛନ୍ତି । ସେମାନଙ୍କ ସହ ଓଡଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ ଓ କର୍ମଚାରୀମାନେ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ଏହି ପଥର ଖଣିକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଥିଲା । ରାଜସ୍ୱ ବିଭାଗ ଅଧିନରେ ରହିଥିବା ସମସ୍ତ ପଥର ଖଣି ଏବେ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଓଆରଏସଏସି ଟିମ୍‌ ଆଜି କ୍ଷେତ୍ର ପରିଦର୍ଶନ କରି ଆକଳନ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ତହସିଲ ହାତରୁ ଖଣି ଚାଲିଯିବା ପରେ ଖଣି ଉପରେ ଭରସା କରି କୁଟୁମ୍ବ ପ୍ରତିପୋଷଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

twelve + 4 =