୨୧ରୁ ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0 129

ନୂଆପଡା : ଓଡିଶା ଆଶାକର୍ମୀ ଏସୋସିଏସନ, ସିଆଇଟିୟୁ ନୂଆପଡା ଜିଲ୍ଲା ବ୍ଲକ କମିଟି ତରଫରୁ ୧୩ ଦଫା ଦାବୀପତ୍ର ଆଜି ଜିଲ୍ଲା/ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେଇଥିଲେ । ଆଶା କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ବାରମ୍ବାର କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସଂଗଠିତ ଆଶାକର୍ମୀମାନଙ୍କ ତରଫରୁ ବିଭିନ୍ନ ସମୟରେ ଆନ୍ଦୋଳନ ଜରିଆରେ ଦାବୀ କରାଯାଇଥିଲେ ମଧ୍ୟ ସରକାର କିଛି କର୍ଣ୍ଣପାତ କଲେନାହିଁ । ପଡୋଶୀ ରାଜ୍ୟ ଆନ୍ଧ୍ର ଓ କେରଳ ଭଳି ବିଭିନ୍ନ ରାଜ୍ୟରେ ୧୦ ହଜାରରୁ ଆରମ୍ଭ କରି ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପାରିଶ୍ରମିକ ଓ ବିଭିନ୍ନ ସହାୟତା ଦେଲାବେଳେ ଆମ ରାଜ୍ୟରେ ସମୁଦ୍ରକୁ ଶଙ୍ଖେ ପାଣି ଭଳି ସ୍ୱଳ୍ପ ପାଉଣା ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆଶା କର୍ମୀଙ୍କ ପ୍ରତି ଦୁର୍ବଳ ମାନସିକତା ଓ ନିଷ୍କ୍ରିୟତାର ପ୍ରତିବାଦ କରି ୨୦୨୩-୨୪ ବିଧାନସଭା ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତା ୨୧ ତାରିଖଠାରୁ ସଂଗଠନ ଦାବୀ ଗୁଡିକ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ । ଯଦି ସମସ୍ୟାର ସମାଧାନ ନହେଲେ କୌଣସି ଆଶାକର୍ମୀ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ସେମାନେ କହିଥିଲେ ।

hiranchal ad1
Leave A Reply

Your email address will not be published.

ten − two =