ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 206

ସୁବର୍ଣ୍ଣପୁର : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ୧୭ ବର୍ଷରୁ କମ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଝିଅ ମାନଙ୍କ ନିମନ୍ତେ କ୍ୟାରିଅର ଗଠନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିପାରିବ ବୋଲି କହିବା ସହ ଖେଳ ଦ୍ୱାରା ଜଣେ ଶାରୀରିକ ଓ ମାନସିକ ସ୍ତରରେ ସ୍ୱାସ୍ଥ୍ୟବାନ ହୋଇ ଦେଶ ବିକାଶରେ ସହାୟକ ହୋଇପାରିବ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆଞ୍ଚଳିକ ନିର୍ଦ୍ଦେଶକ ସ୍କୁଲ ଓ ଗଣଶିକ୍ଷା, ସମ୍ବଲପୁର ବିକାଶ ଚନ୍ଦ୍ର ପ୍ରଧାନ,ଜିଲ୍ଳା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରାଧାକାନ୍ତ ଗଡତିଆ, ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଅତିରିକ୍ତ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଟୁର୍ଣ୍ଣାମେଣ୍ଟକୁ ପତାକା ଉତ୍ତୋଳନ ପୂର୍ବକ ଶୁଭାରମ୍ଭ କରିବାପରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ’ ଯୋଜନାରେ ପ୍ରଦତ୍ତ ଫୁଟବଲ ଗୁଡିକୁ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ ଅତିଥି ବୃନ୍ଦ । ଉଦଘାଟନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବାଙ୍କୀପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ସଂଜୀବ ସାହୁ । ଉଦ୍‌ଘାଟନୀ ଫୁଟବଲ ମ୍ୟାଚ ବାଳିକା ବର୍ଗରେ ବୀରମହାରାଜପୁର ବ୍ଲକ ଓ ସୋନପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, ବାଳକ ବର୍ଗରେ ଉଲୁଣ୍ଡା ବ୍ଲକ ଓ ବୀରମହାରାଜପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବାଳିକା ବର୍ଗରେ ବୀରମହାରାଜପୁର ବ୍ଲକ ୨ -୦ ଗୋଲରେ ସୋନପୁରକୁ ଏବଂ ବାଳକ ବର୍ଗରେ ଉଲୁଣ୍ଡା ବ୍ଲକ ଟ୍ରାଇବ୍ରେକର ରେ ୪-୨ ଗୋଲରେ ବୀରମହାରାଜପୁର ବ୍ଲକ ବାଳକ ବର୍ଗଙ୍କୁ ପରାଜିତ କରିଛି । ଏହି ଜିଲ୍ଳା ସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୨/୧୦/୨୨ ରୁ ଆରମ୍ଭ ହୋଇଥିବା ବେଳେ ତା ୧୭/୧୦/୨୨ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ମ୍ୟାଚ ସକାଳ ୯ ଘଣ୍ଟାରୁ ଆରମ୍ଭ ହେବ । ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପଡିଆ ପରିଚାଳକ, ଖେଳ ଶିକ୍ଷକ ରଘୁନାଥ ଥେନାପତିଙ୍କ ତତ୍ତ୍ୱାବଧାନରେ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, କଲିମ ମହମ୍ମଦଙ୍କ ସହଯୋଗରେ ପରିଚାଳିତ ହେଉଛି । ଏଥିରେ ଜିଲ୍ଲାର ୬ଟି ବ୍ଲକରୁ ବାଳିକା ବର୍ଗରେ ୬ ଟି ଦଳ ଏବଂ ବାଳକ ବର୍ଗରେ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଉଦଘାଟନ ସମାରୋହରେ ଆଜି ସମସ୍ତ ବ୍ଲକର ସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲର ଖେଳ ଶିକ୍ଷକ,ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ସୋନପୁର ମହାରାଜ ହାଇସ୍କୁଲର ଛାତ୍ର ମାନଙ୍କ ବ୍ୟାଣ୍ଡ ବାଦନ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁରର ଛାତ୍ରୀମାନଙ୍କ ସ୍ୱାଗତ ସଂଗୀତ ଗାନ ସହ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ ସମାରୋହକୁ ସରସ ସୁନ୍ଦର କରିଥିଲା ।

hiranchal ad1
Leave A Reply

Your email address will not be published.

four × four =