ସଚିବସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ; ସବୁ ସରକାରୀ ଅଫିସରେ ଲାଗିବ AI କ୍ୟାମେରା

0 141

ଭୁବନେଶ୍ୱର: ମଙ୍ଗଳବାର ସଚିବସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ରେ ତୁରନ୍ତ ଉତ୍ତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଛି। ଅନ୍ୟପକ୍ଷେ ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏକରିକି ଭଲ ପ୍ରଦର୍ଶନ ନ ଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ବିଭାଗୀୟ ସଚିବଙ୍କୁ କୁହାଯାଇଛି। ଏପରିକି ଅଧିକାରୀଙ୍କୁ ସୁଧାର ଆଣିବାକୁ ସୁଯୋଗ ଦିଆଯିବ, ନ ହେଲେ ସମ୍ପୃକ୍ତ ଅଧିକାରୀ VRS ନେଇପାରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି।

hiring

ଅନ୍ୟପକ୍ଷେ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଜିଲାସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲାଗିବ ବୋଲି ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି।

ଏପରି କି ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ। ଅକ୍ଟୋବର ମାସରୁ CM ଡାସ ବୋର୍ଡ ଆରମ୍ଭ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। କେନ୍ଦ୍ରୀୟ ସ୍କିମର ପ୍ରତିମାସ ୭ ତାରିଖରେ ଜିଲାପାଳ ସମୀକ୍ଷା କରିବେ ବୋଲି ବୈଠକରେ କୁହାଯାଇଛି।

୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ବ ବିଭଗ ସମୀକ୍ଷା କରିବେ। ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

18 − four =