ଜିଲ୍ଲାସ୍ତରୀୟ ଆଧାର କାର୍ଡ ସଚେତନ କାର୍ଯ୍ୟକ୍ରମ

0 68

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌ ଓ ଏନ୍‌ଏସିରେ ଥିବା ଆଧାର କେନ୍ଦ୍ରକୁ ଯାଇ ତୁରନ୍ତ ଆଧାର ଉପଡେଟ କରିବାକୁ ଆଧାର କେନ୍ଦ୍ରର କମ୍ପୁଟର ଲ୍ୟାବ୍‌ ଜିଲ୍ଲା ମ୍ୟାନେଜର ସ୍ମୁତି ରଞ୍ଜନ ନାୟକ କହିଛନ୍ତି । ୨୦୧୪-୧୫ ମସିହା ପରେ ଯେଉଁ ବ୍ୟକ୍ତି ମାନେ ଆଧାର କାର୍ଡ ପାଇଛନ୍ତି ସେହି ବ୍ୟକ୍ତି ମାନେ ତୁରନ୍ତ ଆଧାର ପଞ୍ଜିକରଣ କରାଇନିଅନ୍ତୁ ଏବଂ ଆବଶ୍ୟକ କାଗଜପତ୍ର ସାଥିରେ ଧରି ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଅପଡେଟ କରାଇନିଅନ୍ତୁ । ନଚେତ୍‌ ଏହି ଆଧାର କାର୍ଡ ଗୁଡିକ ନିଷ୍କ୍ରିୟ ହୋଇଯିବ । ଆଧାର ପଞ୍ଜିକରଣ କରିବା ଦ୍ୱାରା ସରକାରୀ ଯୋଜନା ଓ ସୁବିଧା ପାଇ ପାରିବେ । ଆଧାର କାର୍ଡରେ ଥିବା ନାମ ଏବଂ ଠିକଣା ମଧ୍ୟ ଅପଡେଟ୍‌ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ରାସନ କାର୍ଡ ଧାରୀ ଏବଂ ପେନସନ୍‌ ଧାରି ଏହାର ସଠିକ୍‌ ସୁବିଧା ପାଇପାରିବେ ବୋଲି କହିଛନ୍ତି ଜିଲ୍ଲା ମ୍ୟାନେଜର ।

hiranchal ad1
Leave A Reply

Your email address will not be published.

7 + 10 =