କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ

0 48

ଫୁଲବାଣୀ :- କେନ୍ଦ୍ରରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ବନ୍ଦ କରିଦେବା ଯୋଗୁଁ ଓଡିଶାର ୩.୨୫ କୋଟି ଲୋକ ପ୍ରଭାବିତ ହେବେ । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ଚାଉଳର ନାମକୁ ପରିବର୍ତ୍ତନ କରି ଗରିବ ଖାଉଟି ମାନଙ୍କ ସହ ଚଞ୍ଚକତା କରୁଛି କେନ୍ଦ୍ର ସରକାର । ଓଡିଶାର ଗରିବ ଲୋକମାନଙ୍କୁ ଭୋକ ଉପାସରେ ରଖିବା ପାଇଁ ବିଜେପି ସରକାର କରିଛି ଷଡଯନ୍ତ୍ର । ଏହାର ଉଚିତ ଜବାବ ଦେବା ପାଇଁ ଗୁରୁବାର ଦିନ ରାଜ୍ୟରେ ଥିବା ସମସ୍ତ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଜେଡି ତରଫରୁ ପ୍ରତିବାଦ ଓ ଧାରଣା ଦିଆଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ଗଣଧାରଣା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର ଯୋଗଦେଇ କେନ୍ଦ୍ର ସରକାରର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ବିଷୟରେ ଟିପ୍ପଣି ଦେବା ସହ କେନ୍ଦ୍ରରେ ଥିବା ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଗରିବ ଲୋକଙ୍କ ଭୋକ ପାଇଁ ଭାତ ନାହିଁ । ୫ କେଜି ଚାଉଲକୁ କାଟିଲ କଣ ପାଇଁ … ? , ଏହାର ଜବାବ ମାଗିବା ସହ ଧାନ କିଣା ଉପରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଆଲୋଚନାକରି ଚାଷୀ ଧାନ କ୍ରୟ ଓ ଏମଏସପି ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି କହିବା ସହ ଚାଷୀଙ୍କ ଉନ୍ନତିପାଇଁ କାର୍ଯ୍ୟ କରିବାକୁ କହିବା ସହ ଯଦି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ ନ କରେ ତେବେ ଆଗାମୀ ଦିନରେ ଏହାର ଉଚିତ ଜବାବ ଓଡିଶା ବାସୀ ଦେବେ ବୋଲି କଡା ଚେତାବନି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ନଗର ସଭାପତି ସୁଧୀର କହଁର, ବିଜେଡି ସଭାନେତ୍ରୀ ପୁନମ କହଁର, ପାର୍ଥ ସାରଥୀ ବିଶ୍ୱାଳ, ଛାତ୍ର ସଭାପତି ସୁନୀଲ ସେଠୀ, ଜଳନ୍ଧର ବେହେରା, ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜିଲ୍ଲା ଡିଜିଟାଲ ମିଡିଆ ସମ୍ପାଦକ ତଥା କାଉନ୍ସିଲର ରାଜେନ୍ଦ୍ର ପାଢ଼ୀ, ଚିନ୍ତାମଣି ଦାସ, ପ୍ରମିଳା ମଲ୍ଲିକଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଶେଷରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିବା ବେଳେ ନଗର ସଭାପତି ସୁଧୀର କହଁରଙ୍କ ନେତୃତ୍ୱରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ସେହିପରି ବ୍ଳକ ସଭାପତି ବାଳକୃଷ୍ଣ ସାହୁଙ୍କ ନେତୃତ୍ୱରେ ବିଡିଓଙ୍କୁ ମଧ୍ୟ ସ୍ମାରକ ପତ୍ର ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

one × five =