ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜଗନ୍ନାଥଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।ଏହି ଚଢ଼ାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର, ରଘୁନାଥପୁର ପୋଖରୀ ନିକଟରେ ଗୋଟିଏ ୧ ମହଲା ଘର, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି।