କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0 65

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଇଛି କାର୍ତ୍ତିକ ବ୍ରତ । ହାବିଷ୍ୟାଳି ମାନେ ଚଉରା ମୂଳେ ରାଇ ଦାମୋଦରଙ୍କୁ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଆଜି ଠାରୁ ଏକ ମାସ ଯାଏ ଏହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ପଡ଼ିଛି । ସକାଳୁ ହବିଷ୍ୟାଳି ମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାର୍ଚ୍ଚନା କରିଥଲେ । ବ୍ରାହ୍ମଣମାନେ ହବିଷ୍ୟାଳିଙ୍କୁ କାର୍ତ୍ତିକ ବ୍ରତ ନେଇ ସଂକଳ୍ପ କରାଇଥିଲେ । ପରେ ହବୀଷ୍ୟାଳି ମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇ ରତ୍ନ ସିଂହାସନରେ ଦର୍ଶନ କରିଥଲେ । ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ୱଳିତ ହୋଇପଡ଼ିଥିଲେ । ନିଜ ପରିବାର ମଙ୍ଗଳ କାମନା କରିବା ସହ ଭବ ସାଗରରୁ ଉଧାର ପାଇଁ ହବିଷ୍ୟାଳି ମାନେ ପ୍ରାର୍ଥନା କରିଥଲେ । ତେବେ ନିୟମ ଅନୁଯାୟୀ ଏକ ମାସ ପାଳନ ହେଉଥିବା କାର୍ତ୍ତିକ ବ୍ରତକୁ ନିଷ୍ଠାର ସହ ପାଳନ କରାଯାଏ । ମହାପ୍ରସାଦ ସେବନ କରି ମହାପ୍ରଭୁ ନାମ ସ୍ମରଣ ପୂର୍ବକ ପୁରାଣ ପାଠ କରି ଦିନ କାଟିଥାନ୍ତି ହବିଷ୍ୟାଳି । ତେବେ ପୁରୀରେ ୫ଟି ହବିଷ୍ୟାଳି ଶିବିର ସରକାର୍‌ କରିଛନ୍ତି । ୩ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା ସହ ମହା ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବସରେ ନିଆଯାଇ ହବୀଷ୍ୟାଳିଙ୍କୁ ଜଗନ୍ନାଥ ଦର୍ଶନର ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

13 + twelve =