ମୋ ସ୍କୁଲ ଅଭିଯାନର ସାଧାରଣ ବୈଠକ

0 85

ଜହ୍ନାପଙ୍କ,୧୬/୩:ବୌଦ୍ଧ ବ୍ଳକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆଲୁମିନି କମିଟିର ଏକ ସାଧାରଣ ବୈଠକ ପୁରାତନ ଛାତ୍ର ବିସିକେଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ୫-ଟି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏସ୍‌ଏମ୍‌ସି ଓ ମୋ ସ୍କୁଲ ଅଭିଯାନର ସଭ୍ୟସଭ୍ୟା ଅଗ୍ରୀମ ଅର୍ଥ ପ୍ରଦାନ ପାଇଁ ବୌଦ୍ଧ ବିଡ଼ିଓଙ୍କୁ ଭେଟି ଅନୁରୋଧ କରିବାକୁ ସ୍ଥିର କରାଗଲା । ବିଦ୍ୟାଳୟର ତୋରଣ,ଜଳ ଯୋଗାଣ, ସ୍ମାର୍ଟ କ୍ଲାସ ରୁମ, କମ୍ପ୍ୟୁଟର ଲ୍ୟାବ, ଇ-ଲାଇବ୍ରେରୀ ଆଦି ତୁରନ୍ତ ନିର୍ମାଣ କରିବାକୁ ଆଲୋଚନା କରାଯାଇଥିଲା । ଶିକ୍ଷଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇ କୋରନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଶିକ୍ଷାଦାନ କାର୍ଯ୍ୟକୁ ଆଗେଇ ନେବାପାଇଁ ବିଭିନ୍ନ ସ୍ତରରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭକ୍ତିକରଣ ଶ୍ରେଣୀ ଶିକ୍ଷା ଦାନ କରିବାକୁ ସ୍ଥିର କରାଯାଇଥିଲା । ଇକୋ କ୍ଲବର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ବିଦ୍ୟାଳୟରେ ପାକଶାଳା ବଗିଚା, ଔଷଧୀୟ ବୃକ୍ଷ ଉଦ୍ୟାନ, ଫୁଲ ବଗିଚା ପ୍ରଭୃତି କରିବା ପାଇଁ ସ୍ଥିର କରାଗଲା । ସ୍ୱେଚ୍ଛାକୃତ ଦାନର ଅର୍ଥକୁ ମୋ ସ୍କୁଲ ଅଭିଯାନ ଜମା ଖାତାରେ ଜମାକରି ଅଧିକ ଅର୍ଥ ଅନୁଦାନ ପାଇଁ ଗଣ ଶିକ୍ଷା ବିଭାଗକୁ ପଠାଇବା ପାଇଁ ଏସ୍‌ ଏମ୍‌ ସି ସଭାପତି ପ୍ରଦୀପ ମହାକୁଡ଼ ପ୍ରସ୍ତାବ ଦେଇଥିଲେ । ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ, କିରାଣୀ ,ପିଅନ ଓ ରାତ୍ରଜଗୁଆଳି ପଦବୀ ପୂରଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏସ୍‌ଏମ୍‌ସି ଓ ଆଲୁମିନି କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ପୁରାତନ ଛାତ୍ର ହରିଶ୍ଚନ୍ଦ୍ର ସାହୁ,ଉପ ସଭାପତି ସୁଜାତା ପ୍ରଧାନ, ପୂର୍ବତନ ସରପଞ୍ଚ ତ୍ରିପୁର ମହାକୁଡ଼, ପ୍ରଭାତ ପ୍ରଧାନ, ସଭ୍ୟ ସେସଦେବ ପ୍ରଧାନ, ଡିଙ୍ଗର ପ୍ରଧାନ, ପ୍ରଫୁଲ୍ଲ ସେଠୀ,ସବିତା ଭୋଇ,ଯୁଧିଷ୍ଠିର ସେଠୀ, ସୁମନ୍ତ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =