ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

0 255

ଦଶପଲ୍ଲା : ସୋମବାର ଦିନ ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥି ମଧ୍ୟରୁ ୮୦ ଟି ବ୍ୟକ୍ତିଗତ ଓ ତିନୋଟି ସାମୁହିକ ଗ୍ରାମ ବିବାଦର ଶୁଣାଣି କରାଯାଇଥିବା ବେଳେ ୩୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ତିନିଜଣ ଦରଖାସ୍ତକାରୀଙ୍କୁ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ତହସିଲଦାର ଶ୍ରୀକୁମାର ରଥ, ଡେପୁଟି କଲେକ୍ଟର (ଅଭିଯୋଗ) ଆୟୁଶି ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍‌ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + 18 =