ଉଗ୍ରରୂପ ନେଲା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ :
ସୀମାରେ ସଂଘର୍ଷ,ବେଲାଗାଭିରେ ପୁଲିସ ଛାଉଣୀ

0 24

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ । ଆଜି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଉଭୟ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗାଭି ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି । ଦୁଇପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିସ୍ଥିତି ଆଜି ଉଗ୍ରରୂପ ଧାରଣ କରିଥିଲା । ଆଜି କର୍ଣ୍ଣାଟକରେ ବିଏସ୍‌ ବମ୍ମାଇ ସରକାରଙ୍କ ଶେଷ ଶୀତକାଳୀନ ଅଧିବେଶନରେ ବିଶାଳ ବିକ୍ଷୋଭ ଯୋଜନା କରାଯାଇଥିଲା । ଅନ୍ୟପକ୍ଷରେ ବେଲାଗାଭିଙ୍କୁ ନିଜର ଅଞ୍ଚଳ ଭାବେ ଦାବି କରି ମହାରାଷ୍ଟ୍ରର କଂଗ୍ରେସ, ଏନସିପି ଏବଂ ଶିବସେନା ପକ୍ଷରୁ ମଳିତ ଆନ୍ଦୋଳନ କରାଯାଇଥିଲା । ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ମଧ୍ୟ ରଖିଛି । ତେବେ ଦଶନ୍ଧି ଦଶନ୍ଧି ଧରି ବେଲାଗାଭିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ବିଧାନସଭାରେ ୧୦ ଦିନ ହେବ ବିତର୍କ ଚାଲିଥିଲା । କର୍ଣ୍ଣାଟକ ସରକାରରଙ୍କ ପାଇଁ ଏହା ଶେଷ ଶୀତ ଅଧିବେଶନ ହୋଇଥିବା ବେଳେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ରହିଛି । ଆଜି ସୀମାରେ ଶିବସେନା, କଂଗ୍ରେସ ଏବଂ ଏନସିପିର କର୍ମୀମାନେ ହଙ୍ଗାମା କରିଥିବା ବେଳେ ସୀମା ଅତିକ୍ରମ କରିବା ବେଳେ କର୍ଣ୍ଣାଟକ ପୁଲିସ ପକ୍ଷରୁ ବାଧା ସୃଷ୍ଟି କରାଯାଥିଲା । ସେହିପରି ମହାରାଷ୍ଟ୍ର ପୁଲିସ ପକ୍ଷରୁ କେତେକଙ୍କୁ ଅଟକ ରଖାଯାଇଛି । ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ଏହି ବିବାଦକୁ କେଇ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରକୁ ବିଭାଜନ କରିବାକୁ ଚାହୁଁଛନ୍ତି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ କାହିଁକି ସେମାନଙ୍କୁ ସେଠାକୁ ଛାଡାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଘଟଣା ପଛରେ ମୋଦି ସରକାର ଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ହେଉଛି ମହାରାଷ୍ଟ୍ରର ଗୌରବ ବିଷୟ । ରାଜ୍ୟ ଏହି ପ୍ରସଙ୍ଗରେ ଶକ୍ତ ପଦକ୍ଷେକ ନେବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + 2 =