କନ୍ୟା ଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର ସଂପର୍କିତ କାର୍ଯ୍ୟକ୍ରମ

0 51

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ଏବଂ ସଖୀ ୱାନ ଷ୍ଟପ କେନ୍ଦ୍ର (କେନ୍ଦ୍ର ସରକାର ସହଯୋଗରେ )ତରଫରୁ କନ୍ୟାଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନ ଗତ ଅଧିକାର ସମ୍ପର୍କରେ କାର୍ଯ୍ୟକ୍ରମ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି । ଏନଏସଏସ ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା କରିଥିଲେ । ସଖୀ ପ୍ରଶାସିକା ସମାଜସେବୀ ତଥା ଜଣାଶୁଣା ଓଲିଲ ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ, ମହିଳାମାନଙ୍କର ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ବୁଝାଇଥିଲେ ।୨୦୧୩ ମସିହା ପରଠାରୁ ପୋଲିସ ଷ୍ଟେସନ ବ୍ୟତୀତ ଇ-ମେଲ ମାଧ୍ୟମରେ ବି ଜଣେ ଏଫଆଇଆର ଦର୍ଜ କରି ପାରିବ । ଏହା ଛଡା ୧୮୧,୧୦୯୮ ଆଦି ଟୋଲ ଫ୍ରି ନମ୍ବର କିଭଳି ମହିଳା ଓ ଶିଶୁଙ୍କ ସୁରକ୍ଷା ଦେବା ଲାଗି କାର୍ଯ୍ୟ କରୁଛି ବୋଲି କହିଥିଲେ । ଏତତ୍‌ ବ୍ୟତୀତ ସାଇବର କ୍ରାଇମ ଦ୍ୱାରା ନବପୀଢି ଯୁବତୀ ମାନେ ନିର୍ଯାତିତା ଓ ପୀଡିତା ହେଉଛନ୍ତି ସେ ବିଷୟରେ କହିଥିଲେ । ଡକ୍ଟର ଭାରତୀ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଛାତ୍ରୀ ମାନେ ଶିକ୍ଷିତ ହେଲେ ହେଁ ଏଭଳି ଯୋ÷÷ନ ଶୋଷଣରୁ ନିଜକୁ ଓ ସମାଜକୁ ମୁକ୍ତ କରି ପାରିବେ । ନିଜ ଗ୍ରାମ,ପାରିପାର୍ଶ୍ୱିକ ପରିସରରେ କୌଣସି ଅନିୟମିତ ଯୌନ ଶୋଷଣକୁ ଅଣଦେଖା ନ କରି ସଖୀ ମାଧ୍ୟମରେ ଆଇନ ଗତ ପରାମର୍ଶ ନେବା ପାଇଁ କହିଥିଲେ । ଶେଷରେ ଏନଏସଏସ ସ୍ୱେଚ୍ଛାସେବୀ ରଶ୍ମିତା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ରାଜେଶ କୁମାର ପାତ୍ର ଏବଂ ଏଲ ଅଶୋକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × four =