ନବରଙ୍ଗପୁର: ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପୁତ୍ର ବଧୁ ତଥା ନବରଙ୍ଗପୁର ପୌରପାଳିକାର ପ୍ରଥମ ଚେୟାରମ୍ୟାନ ସ୍ୱର୍ଗତ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଧର୍ମ ପତ୍ନୀ ସତ୍ୟଭାମା ତ୍ରିପାଠୀଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ନବରଙ୍ଗପୁର ସ୍ଥିତ ତାଙ୍କ ବାସ ଭବନଠାରେ ଶନିବାର ପ୍ରାତଃ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗ ସମୟରେ ତାଙ୍କ ପୁତ୍ର ଆଇନଜୀବୀ ପୁରୁଷୋତ୍ତମ ତ୍ରିପାଠୀଙ୍କ ପରିବାର ସମେତ ତାଙ୍କ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ରହିଥିଲେ । ତାଙ୍କ ଶେଷକୃତ୍ୟ ଇନ୍ଦ୍ରାବତୀ ନଦୀ ଘାଟ ସ୍ମଶାନରେ ସମ୍ପନ୍ନ ହୋଇଥିଲା । ତାଙ୍କ ବିୟୋଗରେ ତାଙ୍କ ପୁତୁରା ପୂର୍ବତନ କାଉନସିଲର କେଦାର ତ୍ରିପାଠୀ, କବିୟତ୍ରୀ ସଂଯୁକ୍ତା ତ୍ରିପାଠୀ, ପୁତୁରା ମହେନ୍ଦ୍ର, ରବୀନ୍ଦ୍ର, ଜିତୁ, ଜିଲୁ, ଆଇନଜୀବୀ ସଙ୍ଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।