ରୋଟାରୀ ମିଡ୍‌ ଟାଉନ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

0 120

ଭଦ୍ରକ: ଭଦ୍ରକ ଟାଉନ ହଲରେ ରୋଟାରୀ କ୍ଲବ୍‌ ମିଡ ଟାଉନ ଭଦ୍ରକ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ସହିଦଙ୍କୁ ସମ୍ମାନ ଜଣାଇ ଦିବସ ପାଳନ କରିବା ସହିତ ରାଷ୍ଟ୍ର ପ୍ରେମରେ ନିଜକୁ ଅନୁପ୍ରାଣୀତ କରି ସବୁଦିନ ନିଜର ଦୈନନ୍ଦିନ କାର୍ଯ୍ୟ ସହିତ ଅନ୍ୟ ପାଇଁ ଏବଂ ସମାଜ ପାଇଁ କିଛି ଜନହିତକର କାର୍ଯ୍ୟ କରିପାରିଲେ ତାହା ହିଁ ସହିଦଙ୍କ ଲାଗି ପ୍ରକୃତ ସମ୍ମାନ ହେବ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଳାପାଳ ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାର ମତବ୍ୟକ୍ତ କରିଥିଲେ । ପ୍ରଥମେ କାର୍ଗିଲ ଯୁଦ୍ଧରେ ଭଦ୍ରକ ଜିଲ୍ଲାରୁ ସହିଦ ହୋଇଥିବା ଦିବଂଗତ ନିରଞ୍ଜନ ବେହେରାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ କ୍ୟାଣ୍ଡେଲ ଜଳାଇ ସମସ୍ତ କାର୍ଗିଲ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରୋଟାରିଆନ ପ୍ରୀତିରଞ୍ଜନ ଜେନା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସଭାରେ ପୌରୋହିତ୍ୟ କରିଥିଲେ । ରୋଟାରିଆନ ଅତିଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଳାପାଳ ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାର ଯୋଗ ଦେଇ ପ୍ରତିଟି ମଣିଷ ଜଣେ ଜଣେ ସୈନିକ ବୋଲି ନିଜକୁ ଭାବି ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ତତ୍‌ ସହିତ ମିଡ୍‌ ଟାଉନ କ୍ଲବର ଏହି ସମ୍ମାନଜନକ କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରତିବର୍ଷ ଏହି ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବକ୍ତୃତା ପ୍ରତିଯୋଗିତା ଓ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ଏବଂ ସ୍କୁଲମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରାଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର, ଶଶଧର ମହନୀ, ନାଟ୍ୟନିର୍ଦ୍ଦେଶକ ବାଦଲ ସିକ୍‌ଦାର, ଲଲାଟେନ୍ଦୁ ମହାନ୍ତି, ନାଟ୍ୟକାର ସୁଧାଂଶୁ ନାୟକ ଯୋଗ ଦେଇଥିଲେ । ଏଥିରେ ୧୪ଟି ବିଦ୍ୟାଳୟର ୪୬୩ ଛାତ୍ରଉାତ୍ରୀ ଅଂଶ ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଶ୍ୱେତା କିରଣ ପ୍ରଥମ, ଯାଜ୍ଞସେନୀ ପଣ୍ଡା ଦ୍ୱିତୀୟ, ଫିର୍‌ଦୋଶ୍‌ ଖାନନ୍‌ କାଦ୍ରୀ ତୃତୀୟ ହୋଇଥିଲେ । ନୃତ୍ୟରେ ସେଣ୍ଟ ଜାଭିୟର ହାଇସ୍କୁଲ ପ୍ରଥମ, ଏସବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଲ ଦ୍ୱିତୀୟ ଏବଂ ମିଶନ ପବ୍ଲିକ ସ୍କୁଲ ତୃତୀୟ ହୋଇଥିବା ବେଳେ ବିଚାରକ ମଣ୍ଡଳୀଙ୍କ ସ୍ୱତନ୍ତ୍ର ପୁରସ୍କାର ସନ୍‌ସାଇନ୍‌ ମିଶନ ସ୍କୁଲକୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମାଜ ପ୍ରତି ଅନବଦ୍ୟ ସେବା ପାଇଁ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ୟୁନିକ୍‌ ଡ୍ରପ୍‌ସ (ୟୁ.ଡି. ଗ୍ରୁପ୍‌ସ୍‌)କୁ ସମ୍ମାନିତ କରାଯାଇଥିଲା । କ୍ଲବ ପକ୍ଷରୁ ସମ୍ପାଦକ ବେଦପ୍ରକାଶ ଗୁପ୍ତା, ବରିଷ୍ଠ ସଦସ୍ୟ ସଦସ୍ୟା ରତନଲାଲ ଗୁପ୍ତା, ପ୍ରମୋଦ ଲାଖାନୀ, ରାହୁଲ ଖେରିଆ, ଅଶୋକ ଲାଖାନୀ, ଗୌରବ ଅଗ୍ରୱାଲ, ଅଞ୍ଜୁ ଗୁପ୍ତା, ପୁଷ୍ପିତା ଜେନା, ସନ୍ଧ୍ୟା ଗୁପ୍ତା, ପବିତ୍ର ମୋହନ ଖିଲାର, ଚୈତାଳୀ ଖିଲାର, ଅମିତ ମଲ୍ଲିକ, ସୀଲୁ ଲାଖାନୀ, ସମିତା ମିଶ୍ର, ଦେବହୂତି ମହାପାତ୍ର, ମିହିର ମହାନ୍ତି, ଅଶୋକ ଶତପଥି, ମନୋଜ ଅଗ୍ରୱାଲ, ସଞ୍ଜୟ ପରିଡା, ରାଜେଶ ବଳଦେବା, ସମରେନ୍ଦ୍ର ମିଶ୍ର, ବବିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରୋଟାରିଆନ ପ୍ରୀତି ଅଗ୍ରୱାଲ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ରୋଟାରିଆନ ଶିଶିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଭଦ୍ରକର ବହୁ ସଦସ୍ୟ ଓ ପୂର୍ବତନ ସେନା କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲାର ବିିଭିନ୍ନ ସ୍କୁଲ ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମଟିକୁ ପୂର୍ଣ୍ଣମାତ୍ରାରେ ସଫଳ ପାଇଁ ସହଯୋଗ କରିଥିବାରୁ କ୍ଳବ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one × five =