ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଏବଂ ସେବା ଯୋଜନା ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀଙ୍କ ମିଳିତ ତତ୍ତ୍ୱାବଧାନରେ ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରୁ ସମସ୍ତ ଆବର୍ଜନା ତଥା ପ୍ଲାଷ୍ଟିକ ଜିନିଷକୁ ଗୋଟାଇ ବାହାରେ ନେଇ ମ୍ୟୁନିସିପାଲ୍ କୁଣ୍ଡରେ ରଖାଯାଇଥିଲା ।
ଅଧ୍ୟକ୍ଷା ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୁବ ସମାଜର ଉଦ୍ୟମ ଏବଂ ଅଧ୍ୟବସାୟ ଦ୍ୱାରା ହିଁ ପରିବେଶ ନିର୍ମଳ ହେବା ଦ୍ୱାରା ସମାଜ ତଥା ଦେଶର ହିତ ହୋଇଥାଏ ।