ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ୱ ଆଦିବାସୀ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ ସଭାପତି ନିହାର ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଆଇନଜୀବି ଅଭିରାମ ମଲ୍ଲିକ, ସମ୍ମାନିତ ଅତିଥି ରୂପେ ଆଦିବାସୀ କଲ୍ୟାଣ ସଂଘ ବ୍ଲକ୍ ସଭାପତି ବିପ୍ର ବିଶି, ସଂଗଠକ ଶ୍ରୀପତି କୁମ୍ଭାର ପ୍ରମୁଖ ଯୋଗଦେଇ ବିଶ୍ୱ ଆଦିବାସୀ ଦିବସର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିବା ସହ ସମସ୍ତ ଆଦିବାସୀ ସଙ୍ଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଆଦିବାସୀଙ୍କ ଭାଷା, ସସ୍କୃତି, ପରମ୍ପରା, ପୂଜା, ରୀତି ନୀତି ସୁରକ୍ଷା ସହ ଶିକ୍ଷା ସାମାଜିକ ଏବଂ ଅର୍ଥନୀତି ବିକାଶ ଉପରେ ବକ୍ତାମାନେ କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ଧାରୁଆ, ସତ୍ୟାନନ୍ଦ ଭୋଇ, ଗୋଲାପ ବିଶି, ଶଶି ବିଶି, କରୁଣାକର ଧରୁଆ, ବୃନ୍ଦାବନ ଧରୁଆ, ଯୁଗୁଲେ ବାଗ, ଗୁପ୍ତେଶ୍ୱର କୁଅଁର୍ ପ୍ରମୁଖ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।