ବାଘଛାଲ ବେପାରୀଙ୍କୁ ଧରିଲା ଏସଟିଏଫ

0 137

ବଲାଙ୍ଗିର : ବାଘଛାଲ ବେପାରିକୁ କାବୁ କରିଛି ଏସଟିଏଫ । ସଇଁତଲା ଟିକ୍ରାପଡା ରାସ୍ତାରେ ବାଘଛାଲ ବିକ୍ରିବଟା ଡିଲ୍‌ ଖବର ସୁତ୍ରରୁ ପାଇ ଏସଟିଫ୍‌ ଟିମ୍‌ ଚଢାଉ କରିଥିଲେ । ଗୋଟେ ବାଘଛାଲ ସହ ଆଦିକନ୍ଦ ଘିଭେଲା ନାମକ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରିଛି । ଗତକାଲି ଅନ୍ୟ ଏକ ଘଟଣାରେ ଟାଉନଥାନା ଅନ୍ତର୍ଗତ ମାଲପଡା ଠାରେ ହାତୀଦାନ୍ତ ବେପାରୀ ତୁରୀନ ସେଠକୁ ଧରାଯାଇଥିଲା । ୬ଟି ଦାନ୍ତ ଜବତ କରାଯାଇଥିଲା । ଯାହାର ଓଜନ ୯କିଲୋ ବୋଲି ସୂଚନା ମିଳିଛି । ହାତୀଦାନ୍ତ ବେପାରି ଧରାପଡିବା ଦିନକ ପରେ ପୁଣି ବାଘଛାଲ ବେପାରି ଧରାପଡିବା ଜିଲ୍ଲାରେ ବନ୍ୟ ଜନ୍ତୁ ଶିକାରୀ ମାତିଥିବା ସୂଚିତ କରୁଛି । ଚୋରା କାରବାର ଚେର ଲମ୍ବା ବୋଲି ଆଲୋଚନା ହେଉଛି । ଏସଟିଏଫ୍‌ ସଫଳତା ନିଶ୍ଚିୟ ଆଶ୍ୱସ୍ତିର ବିଷୟ କିନ୍ତୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ତତ୍ପରତା ଅଧିକ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

1 × 2 =