୫୨ଟି ଜୀବନ୍ତ କଇଛ ଜବତ, ୨ଜଣ ଅଭିଯୁକ୍ତ ଗିରଫ

0 163

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ତରଫରୁ ୫୨ଟି କଇଛ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି ।ଉମରକୋଟ ବାନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଛ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ଦୁଇ ଜଣ ହେଲେ ରାଇଘର ବ୍ଲକ କୁମୁଲି (ୟୁଭି ୫୦) ଗ୍ରାମର ରୋହିଦାସ ବଣିକ(୫୫), ପରମାନନ୍ଦ ବାଉଲି(୪୨) । ୫୨ଟି କଇଛକୁ ଏମାନେ ଦୁଇଟି ଅଖା ସୁତାରେ ଭର୍ତ୍ତି କରି ବାଇକ ସାହାଯ୍ୟରେ ରାଇଘର ବ୍ଲକ ସରଗୁଲି(ୟୁଭି ୨୪) ନଂ ଗ୍ରାମରେ ବିକ୍ରି କରିବାକୁ ଆଣିଥିଲେ । ଏମାନଙ୍କୁ ବିଷୟରେ ବନବିଭାଗ ପାଖରେ ବହୁଆଗରୁ ଖବର ଥିଲା । କିନ୍ତୁ ପ୍ରମାଣ ନଥିବା ଯୋଗୁଁ ଏମାନଙ୍କୁ ଧରିପାରୁ ନଥିଲେ ବନବିଭାଗ ।ଏମାନଙ୍କୁ ବହୁଦିନରୁ ବନବିଭାଗ ନଜର ରଖି ଆସୁଥିଲେ, ଆଜି ପ୍ରମାଣ ସହିତ ଧରିଛନ୍ତି । ଏମାନଙ୍କୁ ପାଖରୁ ଗୋଟାଏ ବାଇକ ଦୁଇଟି ଫୋନ୍‌ ଓ ଗୋଟିଏ ଓଜନ କରିବା ମେସିନ ଜବତ କରାଯାଇଛି । ଏହି ଚଢାଉରେ ଉମରକୋଟ ରେଞ୍ଜର ପୁର୍ଣ୍ଣଚନ୍ଦ୍ର ନାୟକ, ଖଡକା ବନପାଳ ହରିହର ବ୍ରହ୍ମା, ଏ ମନୋଜ , ୱ ।ଇଲିଡ ଲାଇଫ୍‌ ରେସ୍କିୟୁ ବନରକ୍ଷୀ ସୁଧିର ପଟ୍ଟନାୟକ,ପାରାଷ୍ଟାପ ଗଣେଶ ରାଜଗଣ୍ଡ,ଏଏସଏସ ସନ୍ତୋଷ ଭତ୍ରା, କୃଷ୍ଣ ଚାଲାଣ ସାମିଲ ଥିଲେ ।ଓଆର ନଂ ୩୮/୨୨୨୩ ଧାର ୫୬ ଅନୁଯାୟୀ ଅଭିଯୁକ୍ତ ଦୁଇଙ୍କୁ କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

five + eight =