ଦଶପଲ୍ଲା : ଦଶପଲ୍ଲା ପଥପାର୍ଶ୍ୱ ବନୀକରଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା । ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳ ଅଧୀନସ୍ଥ ନଛିପୁର ପଞ୍ଚାୟତର ହରି ଓମ୍ ଠାରୁ କାଚପଲ୍ଲୀ ଦୀର୍ଘ ଆଠ କିଲୋମିଟର ରାସ୍ତାର ପଥ ପାର୍ଶ୍ୱ ନାଁରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା ରାଜ୍ୟ ସରକାର ଜଙ୍ଗଲ ପରିବେଶ ବିଭାଗ ସହାୟତାରେ ତଥା ଗଣିଆ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ । ଫଳକରେ ଦୈନିକ ମଜୁରୀ ୧୮୮ ଟଙ୍କା ହିସାବରେ ୩୬୦୮ ଶ୍ରମିକଙ୍କୁ ନେଇ ବୃକ୍ଷରୋପଣ କରିଥିବାର ମଧ୍ୟ ଦର୍ଶାଗଲା । ମାତ୍ର ଆଶ୍ଚର୍ଯ୍ୟର କଥା ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ କରାଗଲା ନାହିଁ । ଅନ୍ୟ ପକ୍ଷରେ ଦୀର୍ଘମିଆଦି ଏଭଳି ଏକ ଯୋଜନାର ବାସ୍ତବ ସ୍ଥିତି,ପଥରଗଦାତଳେ କେତେ ଯେ ,ଦୟନୀୟ ତାହା ସ୍ୱଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ ।