ଲଘୁଚାପ ବର୍ଷାରେ ପୁରୀ ବେହାଲ

0 136

ପୁରୀ : ଲଘୁଚାପ ଯୋଗୁଁ ପୁରୀ ସହରରେ ଲଗାଣ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅବସ୍ଥା ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଟେ ଉଚ୍ଚର ପାଣି ଚାଲିଚି । ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ପୁରୀର ତଳିଆ ଅଞ୍ଚଳ ବଳିଆ ପଣ୍ଡା ବସ୍ତି, ସୁଜାତା ନଗର, ପେଣ୍ଠ କଟା, ବାସେଳୀ ସାହିର ନୀଳଚକ୍ର ଲେନ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ୍‌ ରହିଚି । ଲୋକଙ୍କ ଘରେ ପଶି ପଶିଯିବାରୁ ଲୋକମାନେ ନାହଁନଥିବା ଅବସ୍ଥା ଭୋଗୁଛନ୍ତି । ବଡ ଦାଣ୍ଡ ଓ ସମୁଦ୍ର କୂଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିବାରୁ ପୁରୀ ସହରବାସୀ, ପର୍ଯ୍ୟଟକ ଯିବା ଆସିବାରେ ପ୍ରବଳ ଅସୁବିଧା ଭୋଗିଛନ୍ତି । ବର୍ଷା ଦିନେ ଜଳ ନିଷ୍କାସନ ନେଇ ସବୁ ବ୍ୟବସ୍ଥା ହୋଇଥିବା ପୁରୀ ପୌରପାଳିକା କହୁଥିବା ବେଳେ ପୁରୀର ଅବସ୍ଥା ଦେଖିଲେ ଜଣାପଡୁଛି କେତେ ପ୍ରସ୍ତୁତି କରିଥିଲା ପୁରୀ ପୌର ପଲିକା ।

hiring
hiranchal ad1
Leave A Reply

Your email address will not be published.

6 + 3 =