ଝିଙ୍କେରପାଲି ଐତିହ୍ୟ ପୀଠରେ ପାଳିତ ହେବ ସ୍ୱାଧୀନତାର ଅମୃତ ମହୋତ୍ସବ, ୧୨ରୁ ଉଡିବ ତ୍ରିରଙ୍ଗା

0 422

କଣ୍ଟାମାଳ: ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଆସନ୍ତା ୧୨ ତାରିଖରୁ ହର ଘର ତ୍ରିରଙ୍ଗାକୁ ନେଇ ଏକ ପ୍ରସ୍ତୁତି ବୈଠକ କଣ୍ଟାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସଦାଶିବ ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଗ୍ରାମର ବରିଷ୍ଠ ସଦସ୍ୟମାନେ ଐତିହ୍ୟ ପୀଠର ପ୍ରଚାର ପ୍ରସାଦ ପାଇଁ ପୀଠ ସ୍ଥଳୀରେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ପାଳନ କରିବା ସହ ଗ୍ରାମର ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡାଇବାକୁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ୧୨ ତାରିଖରୁ ଗ୍ରାମର ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଲଗାଇବା ସହ ୧୫ ତାରିଖ ସକାଳୁ ଗ୍ରାମ୍ୟ ସଂକୀର୍ତ୍ତନ୍ୟ ଦଳଙ୍କ ଦ୍ୱାରା ରଘୁପତି ରାଘବ ରାଜା ରାମ ସଙ୍ଗୀତ ପରିବେଷଣ କରି ଗ୍ରାମ୍ୟ ପରିକ୍ରମା କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା । ସେହିପରି ଅମୃତ ମହୋତ୍ସବକୁ ସମ୍ମାନ ଜଣାଇ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇ ଥିଲା । ଏହି ପ୍ରସ୍ତୁତି ବୈଠକରେ ଅବସରପ୍ରାପ୍ତ ସେନା କର୍ମଚାରୀ ମନୋଜ କୁମାର ମହାନ୍ତି, ଦିବ୍ୟଶଙ୍କର ରାଉତ, ଶିବାଜୀ ପାଢୀ ପ୍ରମୁଖ ଯୋଗ ଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ନେଇ ଆଲୋଚନା କରିଥିଲେ ।

hiring

hiranchal ad1
Leave A Reply

Your email address will not be published.

one × one =