ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 161

ସୁବର୍ଣ୍ଣପୁର : ରାଜ୍ୟ ସଂଘର ଆହ୍ୱାନରେ ଜିଲ୍ଲା ଶାଖାର ଶହ ଶହ କର୍ମଚାରୀ ଏହି ବିକ୍ଷୋଭ ସମାବେଶର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜିଲ୍ଲା ସଭାପତି ଚିନ୍ମୟାନନ୍ଦ ପାଢୀଙ୍କ ନେତୃତ୍ୱରେ କର୍ମଚାରୀମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଠିକା ନିଯୁକ୍ତି ପ୍ରଥାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସରକାର ଏବେ ପ୍ରଥମ ଛଅ ବର୍ଷ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେଉଥିବା ବେଳେ ଛଅ ବର୍ଷ ପରେ ତାଙ୍କ ଚାକିରି ସ୍ଥାୟୀ କରାଯାଉଛି । ପ୍ରଥମ ଛଅ ବର୍ଷର କାର୍ଯ୍ୟକୁ ସରକାର ମାନ୍ୟତା ଦେଉ ନ ଥିବା ଅଭିଯୋଗ କରିଛନ୍ତି । ତେବେ ପ୍ରଥମ ଛଅ ବର୍ଷର ମାନ୍ୟତା ଦେବା ସହିତ ସ୍ଥାୟୀ ଚାକିରି ସହିତ ଦରମା ଓ ଭତ୍ତା ଦାବି କରିଛନ୍ତି ।ଦାବି ପୂରଣ ପାଇଁ ଗତ ୧୬ ତାରିଖରୁ ଆଗାମୀ ୨୨ତାରିଖ ପର୍ଯ୍ୟନ୍ତ ମଧ୍ୟାନ୍ନ ବିରତି ପରେ କଳାବ୍ୟାଜ ପରିଧାନ କରି ପ୍ଲାକାର୍ଡ ଧରି ନିଜ ନିଜ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତେବେ ଦାବି ପୂରଣ ନ ହେଲେ ଚଳିତ ମାସ ଶେଷ ସପ୍ତାହରେ ରାଜଧାନୀରେ ଦୁର୍ବାର ଆନ୍ଦୋଳନ କରିବେ ବୋଲି ଜିଲ୍ଲା ସଭାପତି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × three =