ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପୋଲିସର ବିଭିନ୍ନ ଦଳ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି । ସମସ୍ତ ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିସାରିଛି । ବ୍ୟକ୍ତିଗତ ଶତ୍ରୁତା, ଜମିଜମା ମାମଲା କିମ୍ବା ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ତେବେ ଗତକାଲି ପ୍ରାୟ ଦିନ ୧୦:୩୦ ସମୟରେ ବାରବାଟୀ ଜାଗା ନିକଟରେ ବସିଥିବା ବେଳେ କିଛି ଦୁର୍ବୃର୍ତ୍ତ ହଠାତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।