ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

0 99

ନବରଙ୍ଗପୁର:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏହାର ଖିଲାପ କଲେ ଆଇନ ଅନୁଯାୟୀ ଏଥି ସଂପୃକ୍ତ ଅଧିକାରୀ, ଅନୁଷ୍ଠାନ, ବ୍ୟକ୍ତବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଜିଲ୍ଲାପଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଟିତ ଏକ ଜରୁରୀ ବୈଠକରେ ଜିଲ୍ଲପାଳ ଡକ୍ଟର କମଳଲୋଚନ ମିଶ୍ର କଡା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ଯେପରି ଓଡ଼ିଆ ନାମ ଫଳକ ଲେଖାଯିବା ସହିତ ଏହି କାର୍ଯ୍ୟର ସଫଳ ରୂପାୟନର ରିପୋର୍ଟ୍‌ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ ଏଥିସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ନବରଙ୍ଗପୁର ପୌରପାଳିକା ଓ ଉମରକୋଟ ପୌରପାଳିକାର ନିର୍ବାହୀ ଅଧିକାରୀ ଏ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ତଥା ସହରର ସମସ୍ତ ଦୋକାନ ବଜାର, ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ନାମ ଫଳକ ନିର୍ଦ୍ଧାରିତ ସମୟ ମଧ୍ୟରେ ଲେଖିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ବହୁଳ ପ୍ରସାର ପ୍ରଚାର କରିବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ମାନଙ୍କରେ ଯେପରି ଓଡ଼ିଆରେ ନାମଫଳକ ଲେଖାଯାଇ ପାରିବ ସେଦିଗରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାର ବଣିକ ସଂଘର କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଳ୍‌, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷୀଆ ହରିଜନ, ନବରଙ୍ଗପୁର ବଣିକ ସଂଘର ରାକେଶ ଗୁପ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − five =