ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଂଗ, ନିଜକୁ ନିର୍ଦ୍ଦୋଷ କହିଲେ ସିଂହାରୀ ସେବକ ଶଙ୍ଖ ମିତ୍ର

0 95

ପୁରୀ : ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ନିତି ବିଭ୍ରାଟ କୁ ନେଇ ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଙ୍କୁ ସେବକ ମାନେ ଦୋଷାରୋପ କରିଥିବା ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ତାଙ୍କର ଆଜି ମହାପ୍ରଭୁଙ୍କ ପାଇଁ ସେବା ପୂଜା ଅଧିକାର ଥିବାରୁ ସେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ବେଳେ ଉପସ୍ଥିତ ସେବାୟତ ମଧ୍ୟ ସହଯୋଗ କରିଥଲେ । ହେଲେ ମଙ୍ଗଳ ଆଳତୀ ନିତି ପରେ ହଠାତ୍‌ ପୂଜା ପଣ୍ଡା ସେବକ ମାନେ ସହଯୋଗ କରି ନଥିଲେ । ଫଳରେ ମହାପ୍ରଭୁ ନିତିରେ ବିଳମ୍ବ ହୋଇଥଲା । ତେବେ ସେ ପରେ ଜାଣିଲେ ତାଙ୍କ ବିବାହ ପ୍ରସଂଗକୁ ନେଇ ତାଙ୍କୁ ସେବା ପୂଜାରୁ ନିଲମ୍ବନ କରାଯାଇଥିବା ଯୋଗୁ ତାଙ୍କୁ ପୂଜା ପଣ୍ଡା ସେବକ ନୀତିରେ ସହଯୋଗ କରିନଥିଲେ । ତେବେ ତାଙ୍କୁ ପୁଷ୍ପାଳକ ନିଯୋଗ ପକ୍ଷରୁ ଆଜି ଯାଏଁ ନିଲମ୍ବନ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

hiring

ଏଣୁ ସେ ନିଲମ୍ବିତ ହୋଇଥିବା କେମିତି ଜାଣିବେ ବୋଲି ସିଂହାରୀ ସେବାୟତ ଶଙ୍ଖ ମିତ୍ର ସିଂହାରୀ ପ୍ରଶ୍ନ କରିଛନ୍ତି । ସେହିପରି ସେ ଶ୍ରୀମନ୍ଦିର ସ୍ୱତଲିପିରେ ସେବା ଥିବା ଜଣେ ସେବକଙ୍କ ଝିଅକୁ ବିବାହ କରିଛନ୍ତି । ଏଣୁ ସେ କୌଣସି ଅଣ ସେବାୟତ ଘରେ ବିବାହ କରିନାହାନ୍ତି । ସେହିପରି ସେବାୟତ ମାନେ ଅଲଗା ଜାତିରେ ବାହାହେଲେ ତାଙ୍କୁ ସେବା ପୂଜାରୁ ନିବୃତ କରାଯିବ ନେଇ କେଉଁ ଠାରେ ଲିଖିତ ନିୟମ ଅଛି ତାହା ପ୍ରଶାସନ ସୂଚନା ଦେଉ ବୋଲି ସେ ଦାବୀ କରିଚନ୍ତି । ତେବେ ସେ ଗତ ୨୦୧୭ ମସିହାରେ ବିବାହ କରିଥଲେ । ଗତ ୨୦୨୨ ରଥଯାତ୍ରାରେ ସୁନା ବେଶ୍‌ ରେ ଦେବୀ ସୁଭଦ୍ରାଙ୍କ ମଇଲମ ନୀତି ମଧ୍ୟ କରିଥିଲେ । ହେଲେ ସେତେବେଳେ କୌଣସି ଅପତ୍ତି ଉଠି ନ ଥିଲା । ତେବେ ଆଜି ସେବା ପୂଜାରେ କିଏ ଓ କାହିଁକି, କେଉଁ ଉଦ୍ଦେଶ୍ୟରେ ଆପତି କରୁଚି ତାହା ପ୍ରଶାସନ ତଦନ୍ତ କରି ସ୍ପଷ୍ଟ କରିବା ଉଚିତ୍‌ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଦାବୀ କରିଛନ୍ତି । ତେବେ ଶ୍ରୀ ମନ୍ଦିର ପ୍ରଶାସନ ତଦନ୍ତ କରି ପ୍ରକୃତ ନ୍ୟାୟ ଦେବ ବୋଲି ସିଂହାରୀ ସେବକ ଶଙ୍ଖ ମିତ୍ର ସିଂହାରୀ ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =