ସୋନପୁର ମଡେଲ ଡିଗ୍ରୀ କଲେଜରେ ଜି-୨୦ ଭାରତ ଉପରେ ସେମିନାର ଅନୁଷ୍ଠିତ

0 76

ସୁବର୍ଣ୍ଣପୁର: ସୋନପୁର ସଦର ମଡେଲ ଡିଗ୍ରୀ କଲେଜଠାରେ ଜି-୨୦ ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କିସ୍‌ ୟୁନଭରସିଟିର କୁଳପତି ସସ୍ମିତା ସାମନ୍ତ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କିସ୍‌ର ନିଦ୍ଦେର୍ଶକ ଜୟନ୍ତ କୁମାର ପରିଡ଼ା, କିସ୍‌ ୟୁନଭରସିଟିର ପ୍ରଫେସର ଅନିତା ପତି, ପ୍ରଫେସର ପ୍ରଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଗଣ ଜି-୨୦ ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଜ୍ଞାପନ କରିବା ସହ ନିଜର ସ୍ୱପ୍ନ କିଭଳି ବାସ୍ତବ ସ୍ୱପ୍ନରେ ପରିଣତ ହେବ ସମାଜରେ ନିଜସ୍ୱ ଉଦ୍ୟମରେ ଆଗକୁ ଯାଇପାରିବ ସେନେଇ ଆଲୋକପାତ କରିଥିଲେ । ବିଶେଷ କରି ସବୁଥାଇ ବି କିଛି ନଥିଲା ପରି ପର ଉପରେ ନିର୍ଭରଶୀଳ ନହୋଇ କିଭଳି ଆଗକୁ ଯାଇପାରିବେ ଏବଂ ସମାଜର ପରିବେଶ ସହିତ ଖାପ ଖୁଆଇ ଚଳିପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଗ୍ରାମାଞ୍ଚଳରୁ ଆରମ୍ଭ କରି ବିଶ୍ୱସ୍ତରରେ ନିଜର ଛାପ ବଜାଇ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏ ଅବସରରେ ମାଁ ମାଟିର ସେବା ତଥା ସମାଜ ପାଇଁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିବା ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ସମ୍ୱଲପୁରୀ ପାଟବସ୍ତ୍ର ବାନ୍ଧ ଶିଳ୍ପୀ ଚତୁର୍ଭୁଜ ମେହେର, କୋଭିଡ ଯୋଦ୍ଧା ତଥା ଯୁବ ସମାଜସେବୀ ନାରାୟଣ ଲୁହା, ପରିବେଶବିତ୍‌ ତଥା ପକ୍ଷୀପ୍ରେମୀ ଜ୍ୟୋତି ଆଦିତ୍ୟ ପିନାକୀ ପଣ୍ଡା, ସମାଜସେବୀ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ବ୍ୟକ୍ତିଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ସେମିନାରରେ ମଡେଲ୍‌ ଡିଗ୍ରୀ କଲେଜର ଛାତଛାତ୍ରୀ ସମେତ ସାହାରା ଟ୍ରଷ୍ଟ ହାଇସ୍କୁଲ, ପ୍ରଜ୍ଞା ଭାରତୀ ହାଇସ୍କୁଲ, କୋଶଳ ଆବାସିକ ହାଇସ୍କୁଲ, ସାଇକୃପା ହାଇସ୍କୁଲର ଛାତ୍ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − eight =