ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁର ଜିଲ୍ଲା ବିଜେପିର ଗଣଧାରଣା ଓ ବିକ୍ଷୋଭ

0 80

ନବରଙ୍ଗପୁର:- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ନବରଙ୍ଗପୁର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି, ନବ ଦାସଙ୍କ ହତ୍ୟା ପାଇଁ ସିବିଆଇ ତଦନ୍ତ ଇତ୍ୟାଦି ଦାବିନେଇ ଗଣ ଧାରଣା ଦିଆଯାଇଥିଲା ।
ଆଜି ପୂର୍ବାହ୍ନରେ ବିଭିନ୍ନ ସ୍ଲୋଗାନ ଦେଇ ମାନ୍ୟବର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜୈନ, ନଗରପାଳ କୁନୁ ନାୟକ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ କାହ୍ନୁ ଦାସ, ଜିଲ୍ଲା ସମ୍ପାଦକ ରାମ ନାୟକ, କାଉନସିଲର ମମତା ମହାରଣା, ପୁନମ ସାହୁ, ସମେସ ଖରା, ନଗର ସଭାପତି ଶ୍ରୀଧର ପାତ୍ର, ମୁନା ପାତ୍ର, ମିନତି ପଟ୍ଟନାୟକ, ପର୍ଶୁ ବିଶୋଇ, ମାନସ ତ୍ରିପାଠୀ, ହରେକୃଷ୍ଣ ମୁଦୁଲି, ନନ୍ଦନ ବିଶୋଇ, ପ୍ରସାଦ ଷଡ଼ଙ୍ଗୀ, ଭୀମ ସମରଥ, ସନ୍ତୋଷ ପାତ୍ର, ସରୋଜ ବେହେରା, ପିଣ୍ଟୁ ମିଶ୍ର, ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଭାଗ ନେଇଥିଲେ।

hiranchal ad1
Leave A Reply

Your email address will not be published.

five × 2 =