ଛାତ୍ର ଆନ୍ଦୋଳନ ପରେ ଘୁଞ୍ଚିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା

0 95

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ବିଦ୍ୟାର୍ଥୀ ମାନଙ୍କ କହିବା ଅନୁଯାୟୀ ତୃତୀୟ ସେମିଷ୍ଟର ପରୀକ୍ଷା ଗତ ମେ ମାସରେ ହୋଇଥିଲା ଏବଂ ପୂର୍ବ ସୂଚନା ଅନୁଯାୟୀ ଚତୁର୍ଥ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨୦ରୁ ଆରମ୍ଭ ହେବାରଥିଲା । ଏହି ମଧ୍ୟରେ ଖରା ଛୁଟି ,+୨ ପରୀକ୍ଷା ଓ +୩ ଫାଇନାଲ ସେମିଷ୍ଟର ଭଳି ବିଭିନ୍ନ କାରଣରୁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ତେବେ ଏହି ପରୀକ୍ଷା ଘୁଞ୍ଚାଯାଉ ଏବଂ ପାଠ୍ୟକ୍ରମ କିଭଳି ଭାବରେ ସମ୍ପୂର୍ଣ୍ଣ ହେବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଭିନ୍ନ ମହାବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଦାବିପତ୍ର ଦିଆଯାଇଥିଲା ।ବିଦ୍ୟାର୍ଥୀ ମାନଙ୍କର ଦାବି ପୂର୍ଣ୍ଣ ନ ହୋଇଥିବାରୁ ଆଜି ଏକ ଛାତ୍ର ଆନ୍ଦୋଳନ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସମ୍ମୁଖରେ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ବିଭିନ୍ନ ମହାବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟରୁ ୧୦୦ରୁ ଉଦ୍ଧ୍ୱର୍ ଛାତ୍ର ଯୋଗ ଦେଇଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌରଭ ମିଶ୍ର, ଭୂଷଣ,ଲୋହିତ ମହିଳା ମହାବିଦ୍ୟାଳୟର ଅର୍ଚ୍ଚନା ନାଏକ, ପୁଷ୍ପାଞ୍ଜଳି ଧଙ୍ଗଡାମାଝି, ଇଶା ରାଣୀ,ଅଞ୍ଜଳି ,ପଲ୍ଲବୀ ଭୂମିକା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ଚତୁର୍ଥ ସେମିଷ୍ଟର ପରୀକ୍ଷା ସେପ୍‌ଟେମ୍ବର ୧୦କୁ ପରିବର୍ତ୍ତନ ହୋଇଛି । ଏହି ନିଷ୍ପତି ଦ୍ୱାରା ପାଠ୍ୟକ୍ରମ ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି ବିଦ୍ୟାର୍ଥୀ ମାନେ ମତ ପ୍ରକାଶ କରିଛନ୍ତି । ବିଦ୍ୟାର୍ଥୀ ମାନଙ୍କ ହିତ ପାଇଁ ସଦା ସର୍ବଦା ଲଢ଼ିବୁ ବୋଲି ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌରଭ ମିଶ୍ର ଓ ଅଭିଷେକ ନାଏକ ତଥା ବିଭାଗ ସଂଯୋଜକ ନୃପମଣି ବାହୁକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 19 =