ବୌଦ୍ଧରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

0 127

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମଞ୍ଚାସିନ ଅନ୍ୟତମ ଅତିଥି ପ୍ରକାଶ ଚନ୍ଦ୍ର ମେହେର ମଧ୍ୟ ନିଜ ବକ୍ତବ୍ୟରେ ବୁଣାକାର ଭାଇ, ଭଉଣୀଙ୍କୁ ଉତ୍ସାହିତ କରିଥିଲେ । ଜ଼ିଲ୍ଲା ବୟନ ତତ୍ତ୍ୱାବଧାରିକା ଟୁନି ମେହେର ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବୁଣାକାରମାନେ ସେଥିରୁ କିପରି ଉପକୃତ ହୋଇ ପାରିବେ ସେ ସମ୍ପର୍କ ରେ ସୂଚନା ଦେଇଥିଲେ । ଏସ.ଏ.ଆର.ସି.ଏସ. ବିଜୟ କୁମାର ନାୟକ, ବହୁ ପୁରୁଷ, ମହିଳା ଓ ଯୁବ ବୁଣାକାର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ରମେଶ ପ୍ରସାଦ ମେହେର ନିଜ ବକ୍ତବ୍ୟ ମାଧ୍ୟମରେ ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ବକ୍ତବ୍ୟ ଦେବା ସହ ବୁଣାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଆମ ବୁଣାକାର ଭାଇ ମାନେ ବୌଦ୍ଧିକ ବ୍ରାଣ୍ଡର ଲୁଗା ବୁଣି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଭାରପ୍ରାପ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ । ବୁଣାକାରମାନେ ନିଜ ନିଜ ସମସ୍ୟା ବିଷୟରେ ମଧ୍ୟ ଜଣାଇଥିଲେ । ଏହି ଅବସରରେ ଗୌରାଙ୍ଗ ମେହେର, କେଶବ ଚନ୍ଦ୍ର ମେହେର, ମୃତ୍ୟୁଞ୍ଜୟ ମେହେର, ତାରେଶ୍ୱର ମେହେର, ନଟବର ମେହେର, ପରମେଶ୍ୱର ମେହେର, ଗୋବିନ୍ଦ ଚନ୍ଦ୍ର ମେହେର, ସମ୍ପାଦକ, ଟୁରିଦେଉଳ ବୁଣାକାର ସଂଘ ର ସତ୍ୟ ନାରାୟଣ ମେହେର ଏବଂ ମହିଳା ବୁଣାକାର ଶାନ୍ତି ମେହେର, ଜୟନ୍ତୀ ମେହେର, ପିଙ୍କି ମେହେର, ସୌରେନ୍ଦ୍ରି ମେହେରଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

hiring

Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

14 + nine =