ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ପ୍ରଭୁ ଶ୍ରୀ ଦଣ୍ଡିଶ୍ୱରଙ୍କ ପ୍ରାଙ୍ଗଣରେ ୨୦୨୨ ଅଗଷ୍ଟ ୩୧ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କୋଦଳା ବରିଷ୍ଠ ନାଗରିକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଥାନା ଏସ ଆଇ ଆରତୀ ପରିଡ଼ା, କୋଦଳା ଗୋଷ୍ଠୀସ୍ୱସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ, କୋଦଳା ବରିଷ୍ଠ ନାଗରିକ ସଂଘ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା , ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, କୋଦଳା ମହିଳା ବିଜେଡି ସଭାନେତ୍ରୀ ସୁନୀତା ରାଣୀ ପ୍ରଧାନ, ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସାଙ୍ଗକୁ ଅଞ୍ଚଳରେ ବରିଷ୍ଠ କଳାକାର ଓ ବିଚାରକମାନଙ୍କୁ ସମ୍ମାନିତ କରିବାସହ ବିଜ୍ଞାପିତ ଅଞ୍ଚଳ ପରିଷଦର ପରିମଳ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଗତ ଦିନରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କୋଦଳା ସହରର ଉନ୍ନତି ନିମନ୍ତେ ମୁଖ୍ୟଅତିଥି ମାହୋଦୟାଙ୍କ ଅଭିଭାଷଣ ସମସ୍ତଙ୍କ ମନରେ ଏକ ଆନନ୍ଦର ଲହରୀ ସୃଷ୍ଟି କରିଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୋଦଳା ସ୍ୱର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଇପ୍ସୀତା ପ୍ରିୟଦର୍ଶନୀ ମଞ୍ଚ ପରିଚାଳନା କରିଥିବାବେଳେ ଏଥିରେ ମୁଖ୍ୟ ପରିଚାଳକଭାବେ ଭଗବାନ ପାଢ଼ୀ କାର୍ଯ୍ୟଭାର ତୁଲାଇଥିଲେ । ତତ୍ ସହିତ ସୂର୍ଯ୍ୟ ନାରାୟଣ ବଡୁ, ବନି ପ୍ରଧାନ, ସୁଦାମ ମାହାନ୍ତି, ମନୋରଞ୍ଜନ ଡାକୁଆ, ଜିତୁ ପ୍ରଧାନ, ଆଲୋକ ବାରିକ ପ୍ରମୁଖ ସହଯୋଗ କରିଥିଲେ ।