ବିଜୁ ଜନତା ଦଳର ମିଶ୍ରଣ ପର୍ବ

0 102

ପାରଳାଖେମୁଣ୍ଡି,୧/୯- ଗଜପତି ଜିଲ୍ଲା ବିଜୁ ଜନତା ଦଳର ରାମନଗରସ୍ଥିତ ହାଇଟେକ ପ୍ଲାଜାରେ ଥିବା ନିର୍ବାଚନ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଜେପି ଓ କଂଗ୍ରେସ ଦଳରୁ ନବନିର୍ବାଚିତ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଯଥା ୧. ଶ୍ରୀମତୀ ତବତି ବେହେରା ଦଳାଇ (ସରପଞ୍ଚ ତାବରଡା ପଞ୍ଚାୟତ) ,୨. ଶ୍ରୀମତୀ ଅନ୍ନପୂର୍ଣା ପୂଜାରୀ (ସରପଞ୍ଚ କେରଡାଙ୍ଗ ପଞ୍ଚାୟତ) ,୩. ସୁଶ୍ରୀ କନ୍ଧୁନୀ ବେହେରା (ସମିତି ସଭ୍ୟ କେରଡାଙ୍ଗ) ୪. ଆଦିକନ୍ଦ ରଇତ ଟାଙ୍ଗିଳି ଗ୍ରାମପଞ୍ଚୟାତ, ୫. ଅଭିମିଏଲ ଗୋମାଙ୍ଗ ସରପଞ୍ଚ ଓ ୬. ନୂଆଗଡ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନିର୍ମିୟ ରଇତ , ନୂଆଗଡ ବ୍ଲକରୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ହାଇଟେକ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓ , ବରିଷ୍ଠନେତା ଏସ ଗଜପତି ରାଓ ଓ ନୂଆଗଡ ପୂର୍ବତନ ଜିଲ୍ଲା ପରିଷଦ( ବିଜେଡି)ପ୍ରାଥୀ ଜେମସ ରାଇକା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − three =