ମହୁରୁଣ୍ଡି ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ଚତୁର୍ଥୀ ପାଳିତ

0 89

ଖପ୍ରାଖୋଲ : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧିଦାତା ଶ୍ରୀ ଗଣେଶଙ୍କୁ ପୂଜା କରିଥାଉ । ଏହି ଦିନ ଶ୍ରୀ ଗଣେଶଙ୍କ ପୂଜା, ଧ୍ୟାନ ସହ ତାଙ୍କର ଅଷ୍ଟ ନାମ ବିନାୟକ, ବିଘ୍ନରାଜ, ଦ୍ୱୟମାତୁର, ଏକ ଦନ୍ତ, ରଣାଧିପ , ହେରମ, ଲମ୍ବୋଦର, ଗଜାନନ ଆଦିକୁ ଚିନ୍ତନ, ମନନ କଲେ ଅଶେଷ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶ୍ରୀ ଗଣେଶ ହେଉଛନ୍ତି ବିଦ୍ୟାର ଭଣ୍ଡାର , ବିଦ୍ୟାଦାତା , ସିଦ୍ଧିଦାତା , ସର୍ବ ବିଘ୍ନବିନାଶକାରୀ । ଗଣେଶ ଚତୁର୍ଥୀର ପବିତ୍ର ଦିନରେ ମହୁରୁଣ୍ଡି ଗଣେଶ ପୂଜା କମିଟିର ଯୁବ ସାମ୍ୱାଦିକ – ରୁପେନ୍ଦ୍ର ମୁଣ୍ଡା , ଡୋଳାମଣି ଷାଣ୍ଢ, ଅଭିଳାଷ ଭୋଇ, ଛାୟାକାନ୍ତ ଭୋଇ( ବୁଲୁ ) ଓ କମିଟି ସମସ୍ତ ମେମ୍ବର ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପରେ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

8 − 4 =