ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି :
୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍‌

0 131

ନୂଆଦିଲ୍ଲୀ,୧/୯: ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟୀ ଅତିଷ୍ଠ ଓ ଜର୍ଜରିତ ହୋଇ ଉଠିଥିବା ବେଳେ ଆଜି ଗ୍ୟାସ କ୍ଷେତ୍ରରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କମିଛି ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ । ସେପ୍ଟେମ୍ବର ୧ ଅର୍ଥାତ ଆଜିଠାରୁ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍‌ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍‌ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ । ୧ରୁ ଦିଲ୍ଲୀରେ ଇଣ୍ଡେନ୍‌ ଗ୍ୟାସର ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍‌ ୯୧.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ଲାଭ ଦେଶର ପ୍ରାୟ ସବୁଠି ଗ୍ରାହକଙ୍କୁ ମିଳିବ । ଦିଲ୍ଲୀରେ ଆଜିଠୁ ୧୯ କେଜି ବିଶିଷ୍ଟ ସିଲିଣ୍ଡରର ଦାମ୍‌ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କା, କୋଲକାତାରେ ୧୯୯୫.୫୦ ଟଙ୍କା, ମୁମ୍ବାଇରେ ୧୮୪୪ ଟଙ୍କା ହୋଇଯାଇଛି । ସୂଚନାଯୋଗ୍ୟ, ଘରୋଇ ସିଲିଣ୍ଡରର ଦାମ୍‌ ଜୁଲାଇ ୬ରୁ ବଦଳି ନାହିଁ । ଅର୍ଥାତ ଆଜି ବି ସିଲିଣ୍ଡର ସେହି ଦାମରେ ମିଳିବ । ଇଣ୍ଡେନ୍‌ ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, କୋଲକାତାରେ ୧୦୭୯ ଓ ମୁମ୍ବାଇରେ ୧୦୫୨ ଟଙ୍କାରେ ମିଳୁଛି ।

hiranchal ad1
Leave A Reply

Your email address will not be published.

4 + 8 =