ଚଣ୍ଡୀଗଡ଼ରେ ୧୩ ତମ ଗଣେଶ ପୂଜା ଅନୁଷ୍ଠିତ

0 266

ଜହ୍ନାପଙ୍କ,୧/୯: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗୁଡିଘରଠାରେ ଶିବ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତାଭାବେ ପ୍ରଶାନ୍ତ ବଘାର ଦାୟିତ୍ୱ ତୁଲାଇଥିବା ବେଳେ ସୁବାଶିଷ ରଥ ପୂଜାକାର୍ଯ୍ୟ ତୁଲାଇ ଥିଲେ । ସନ୍ଧ୍ୟାରେ ମା ବାଉତି ଡ୍ୟାନ୍ସ ଗ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ସଭାପତି ଦୀନବନ୍ଧୁ ପ୍ରଧାନ, ସଂପାଦକ ସନାତନ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଘାର ,ସଭ୍ୟ ପ୍ରଶାନ୍ତ ମହାକୁଡ଼, ପଦ୍ମନାଭ ଦେହୁରୀ, ଚିନ୍ମୟ ପ୍ରଧାନ, ଉତ୍ତମ ପ୍ରଧାନ, ବିକ୍ରମ ଦେହୁରୀ, ରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + 4 =