ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ

0 48

ଲକ୍ଷେ୍ନø : ଆଜି ଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଅଛନ୍ତି । ଉତ୍ତରପ୍ରଦେଶର ଗାଜିପୁର୍‌ରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଠାରୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଇଞ୍ଜିନ ଚାଳିତ ଡଙ୍ଗା ଯୋଗାଇ ଦିଆଯାଇଛି । ତେବେ ଏହି ଡଙ୍ଗା ସାହାଯ୍ୟରେ କିଛି ଲୋକ ଗାଁରୁ ବାହାରି ନଦୀ ପାର୍‌ ହେଉଥିବା ବେଳେ ଅଧବାଟରେ ଡଙ୍ଗାଟି ଓଲଟି ପଡିଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାରେ ପ୍ରାୟ ୩୦ ଜଣ ଗାଁ ଲୋକ ଥିଲେ । ତେବେ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେବି ଆହୁରି ୭ରୁ ୮ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୫ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି । ଓଭର ଲୋଡିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହାୟତାରେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

13 + 17 =