ସହରାଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପୁରୀ ମୁନିସିପାଲଟି ପୁରସ୍କୃତ

0 92

ପୁରୀ : ପ୍ରାକୃତିକ ବିପର୍ଯ୍ୟୟକୁ ରୋକା ଯାଇପାରିବ ନାହିଁ, କିନ୍ତୁ ଉପଯୁକ୍ତ ପରିଚାଳନା ଓ ପୂର୍ବ ସତର୍କତା ବିପର୍ଯ୍ୟୟର କ୍ଷୟକ୍ଷତିକୁ ହ୍ରାସ କରାଯାଇପାରିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନର ଉକ୍ତିକୁ ସାର୍ଥକ କରିବାକୁ ପୁରୀ ପୌରପାଳିକା ପକ୍ଷରୁ ଗ୍ରହଣୀୟ କରାଯାଇଥିବା ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା ପ୍ଲାନକୁ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ପୁରସ୍କୃତ କରାଯାଇଛି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ପୁରସ୍କାରକୁ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସଡାମାର ଏମ ଡି ଜ୍ଞାନ ରଞ୍ଜନ ଦାସ ଓ ୟୁଏନଡିପିର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one − one =