ଘୁ.ଉଦୟଗିରିରେ ୮୭ ତମ ଉତ୍କଳ ଦିବସ ପାଳିତ

0 54

ଘୁ ଉଦୟଗିରି: ସ୍ଥାନୀୟ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୮୭ ତମ ଉତ୍କଳ ଦିବସ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀ ସମେତ ସମସ୍ତ ଅତିଥି ଓ ସମାଜସେବୀ ଓ ବୁଦ୍ଧିଜୀବୀ ମିଳିତ ଭାବରେ ଉପଜିଲ୍ଲପାଳ କାର୍ଯ୍ୟାଳୟରୁ ବାହାରି ସହର ଭ୍ରମଣ ସହିତ ଗାନ୍ଧୀ ଛକଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶିଶୁ ମନ୍ଦିର ଛାତ୍ରୀମାନେ ସଙ୍ଗୀତ ଗାନ କରିଥିଲେ । ପରେ ଚକରା ବିଶୋୟୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନଗର ଭ୍ରମଣ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ । ସ୍ଥାନୀୟ ଥାନାଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ଅନ୍ୟ ପୁଲିସ କର୍ମଚାରୀ ସହର ପରିକ୍ରମାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦର୍ଶନ ବେହେରା ପରିଚାଳନା କରି ଉପସ୍ଥିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ମଞ୍ଚାସିନ ଅତିଥି ଓ ସାମ୍ବାଦିକ, ସମାଜସେବୀ ମାନଙ୍କ ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ଦାସ ଓ ଅନ୍ୟ ମହାନ୍‌ ସଂଗ୍ରାମୀ ମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ଜାଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

hiring

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ସମ୍ମାନିତ ଅତିଥି ସୁଷମା ପ୍ରଧାନ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା,ଆଶିଷ କୁମାର ତ୍ରିପାଠୀ ଅତିରିକ୍ତ ଉପଜିଲ୍ଲାପାଳ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମ୍ମାନିତ ଅତିଥି ଶୁଭ୍ରାଞ୍ଜଳି ପ୍ରଧାନ ତହସିଲଦାର ଏବଂ ମୁଖ୍ୟ ବକ୍ତା ଭାବରେ ଡଃ ନଳିନୀ କୁମାର୍‌ ପାଣିଗ୍ରାହୀ ଓଡିଆ ଅଧ୍ୟାପକ,କଳିଙ୍ଗ ମହାବିଦ୍ୟାଳୟ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବର, ଅତିରିକ୍ତ ତହସିଲଦାର ଦୁଶାସନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ସ୍ଥାନୀୟ ବିଧାୟକ ପ୍ରତିନିଧି ପି ରାଜା ପାତ୍ର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ଶାନ୍ତନୁ ପ୍ରଧାନ, ସମେତ ଅନ୍ୟ ସମସ୍ତ ସାମ୍ବାଦିକ ଓ ସମାଜସେବୀ,ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଗତକାଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ୧୮ ଜଣ ଛାତ୍ର ଛାତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଓ ଦେଶାତ୍ମକବଦ୍ଧ ସଙ୍ଗୀତ ଗାନ କରିଥିବା ଦୁଇ ଦଳକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସୁଦର୍ଶନ ବେହେରା ଏବଂ ଜ୍ଞାନରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 + four =