ଫୁଲବାଣୀ:-ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତର କଟ୍ରିଙ୍ଗିଆଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରମାଦେବୀ ସୋରନ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଟ୍ରିଙ୍ଗିଆ ଗ୍ରାମ ପଂଚାୟତର ସରପଞ୍ଚ ପ୍ରତିଭା କଁହର, ପାରା ଲିଗାଲ ସ୍ୱେଚ୍ଛାସେବୀ ଶଙ୍କର ନାରାୟଣ ମହାନ୍ତି, ଅଶୋକ ପ୍ରଧାନ, ସମାଜସେବୀ ଘନ କୁମାର ଶବର, ଆଶିଷ କୁମାର ପଟ୍ଟନାୟକ, ଧନରଞ୍ଜନ ବିଶ୍ୱାଳ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକର ଯୁବକ ଓ ଯୁବତୀମାନେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନ ସାଧାରଣମାନଙ୍କୁ ଅବଗତ କରିଥିଲେ । ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟ ବାନ ଦଳବେହେରା ନେହରୁ ଯୁବ କେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଜନସାଧାରଣମାନଙ୍କୁ ଅବଗତ କରିଥିଲେ । ଯୁବକ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏହି ଦିବସରେ ଯୁବକ ଭାଇ ଓ ଭଉଣୀ ମାନଙ୍କୁ ନେଇ ଚାରା ରୋପଣ, ୱାଲ ପେଣ୍ଟିଂ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ବୈଠକରେ ଅଶୋକ ପ୍ରଧାନ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଦେଇ ସଭା ଭାଙ୍ଗ କରିଥିଲେ ।