ଜାଗା ମିଶନରେ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ପୂର୍ବତନ କାଉନସିଲରଙ୍କ ଦାବିପତ୍ର ପ୍ରଦାନ

0 111

ପୁରୀ : ଜାଗା ମିଶନରେ ସ୍ଥାୟୀ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର । ପୁରୀ ପୌରପାଳିକାର ପୂର୍ବତନ କାଉନସିଲରମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଜମିଜମା ସମସ୍ୟାର ସମାଧାନ କରି ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି ପୂର୍ବତନ କାଉନସିଲର । ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍‌ ମହାନ୍ତିଙ୍କ ନେତୃତ୍ୱରେ ବିଜେଡିର ପୂର୍ବତନ କାଉନସିଲର ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଆଜି ଏହି ଦାବି ଜଣାଇଛନ୍ତି । ଜାଗା ମିଶନରେ ଅନେକ ବସ୍ତିବାସିନ୍ଦା ଜମିଜମା ସମସ୍ୟାକୁ ନେଇ ସ୍ଥାୟୀ ପଟ୍ଟା ପାଇପାରୁ ନାହାନ୍ତି । ଫଳରେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସୁଫଳ ହଜାର ହଜାର ବସ୍ତି ବାସିନ୍ଦା ପାଇପାରୁ ନାହାନ୍ତି । ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ୍‌ ମହାନ୍ତି କହିଛନ୍ତି ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା ହୋଇଛି । ଆସନ୍ତା ଦୁଇମାସ ଭିତରେ ଜମିଜମା ସମସ୍ୟାର ସମାଧାନ କରାଯାଇ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।
ସେପଟେ ପୁରୀ ପୌରପାଳିକାରେ ଦୀର୍ଘ ୫ବର୍ଷ ହେବ ନିର୍ବାଚନ ହୋଇନଥିବାରୁ ପୌରାଞ୍ଚଳରେ ସଫେଇ ବ୍ୟବସ୍ଥା ଭୁଷୁଡି ପଡିଥିବା ପୂର୍ବତନ କାଉନସିଲର ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ ସହରରେ ଡେଙ୍ଗୁ ବ୍ୟାପୁଥିବା ବେଳେ ତୁରନ୍ତ ବିଭିନ୍ନ ୱାର୍ଡରେ ମଶା ତେଲ ସିଞ୍ଚନ ସହ ଅଳିଆ ଆବର୍ଜନାକୁ ତୁରନ୍ତ ସଫେଇ କରିବାକୁ ଦାବୀ ଜଣାଇଛନ୍ତି ପୂର୍ବତନ କାଉନସିଲର ।

hiranchal ad1
Leave A Reply

Your email address will not be published.

two × one =