ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯହଲାଲ ପ୍ରଧାନ, ସହାୟତା ଦାବି

0 270

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଅଧିନରେ ଥିବା ଘୁ ଉଦୟଗିରି ବ୍ଲକର ଗ୍ରେଶୀଙ୍ଗିଆ ଗ୍ରାମପଞ୍ଚାୟତର ୧ ନମ୍ୱର୍‌ ୱାର୍ଡ ସୁଗାମାହା ଗ୍ରାମର ଜହଲାଲ ପ୍ରଧାନ ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି । ଏହି ଗ୍ରାମରେ ଆଶା ଦିଦି ନାହାନ୍ତି । ଯଦି ଆଶା ଦିଦିଙ୍କ ଦରକାର ପଡେ ତେବେ ପାହାଡ ଆରପାରି ଚାଲି ଚାଲି ଗଲେ ଯାଇ ପାଇବେ, ନହେଲେ ୩ କିଲୋମିଟର ବୁଲି ବୁଲି ମୁଖ୍ୟ ରାସ୍ତା ଦେଇ ଗଲେ ପାଇବେ । ଏହିପରି ଅବସ୍ଥାରେ ରହିଛି ଏହି ଗ୍ରାମ । ତେବେ ଏହିପରି ପରିସ୍ଥିତିରେ ସୁଗାମାହା ଗ୍ରାମର ଜଣେ ରୋଗୀ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସ୍ଥାନୀୟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର ୪ କିଲୋମିଟର ମଧ୍ୟରେ ଏହି ଗ୍ରାମ ଥିବା ବେଳେ ଯିବା ଆସିବା ନିମନ୍ତେ ବହୁତ୍‌ କଷ୍ଟ, କାରଣ ଏକ ମାତ୍ର ରାସ୍ତା ଅଛି ଯାହା ଖାଲ ଖମାରେ ପରିପୂର୍ଣ୍ଣ । ବର୍ଷା ହେଲେ ପାହାଡ ନିକଟ ଘାଟିରେ କେତେବେଳେ ବଡ ପଥର ଖସୁଛି ତ କେତେବେଳେ ମାଟି ଅତଡା ଖସି ରାସ୍ତା ଅବରୋଧ ହେଉଛି । ଆମ୍ବୁଲାନ୍ସ ଦରକାର ହେଲେ ଗ୍ରାମ ଠାରୁ ୨ କିଲୋମିଟର ଆସିଲେ ହିଁ ଆମ୍ବୁଲାନ୍ସ ସେବା ମିଳିବା ସମ୍ଭବ ହେଉଛି । ସରକାର ଘରକୁ ଯାଇ ରୋଗୀ ଆଣିବା ନିମନ୍ତେ ଆମ୍ବୁଲାନ୍ସ ସୁବିଧା କରିଥିବା ବେଳେ ସୁଗାମାହା ଲୋକଙ୍କ ନିମନ୍ତେ ସେହି ସେବା ସାତ ସପନ । ଆଜି ଆମେ ସୁଗାମାହା ନିବାସୀ ରୋଗରେ ପୀଡ଼ିତ ଥିବା ଜହଲାଲ ପ୍ରଧାନଙ୍କୁ ସାକ୍ଷାତ କରିଥିଲୁ ଓ ତାଙ୍କ ପରିବାର ସଦସ୍ୟଙ୍କର ପ୍ରତିକ୍ରିୟା ନେଇଥିଲୁ । ସେମାନଙ୍କ ପ୍ରତିକ୍ରିୟାରେ ସେମାନେ କହିଲେ, ଯଦି ଅଟୋ ମାଧ୍ୟମରେ ମେଡ଼ିକାଲ ନିଆଯାଏ ତେବେ ରୋଗୀ ଅଧିକା କଷ୍ଟ ଅନୁଭବ କରୁଛି କାରଣ ରାସ୍ତା ସେମିତି ହେଇଛି । ଯଦି ଆମ୍ବୁଲାନ୍ସ କଥା କହିବା ତେବେ ଆସି ପାରିବ ନାହିଁ ଗାଁ ଭିତରକୁ । ରୋଗୀ ଏତେ ଅସୁସ୍ଥ ହୋଇଛନ୍ତି ଯେ ସେ କୌଣସି ରୋଗ କାରଣରୁ ଫୁଲି ଯାଇଛନ୍ତି । ଗତ କିଛି ଦିନ ପୂର୍ବେ ସେମାନେ ବହୁ କଷ୍ଟରେ ଅଟୋ ଯୋଗେ ବେସରକାରୀ ମେଡ଼ିକାଲରେ ଚିକିତ୍ସା କରେଇଥିଲେ କିନ୍ତୁ ଅର୍ଥ ଅଭାବ ସକାସୁ ଅଧିକ ଚିକିତ୍ସା କରି ପାରିନଥିବା ପ୍ରକାଶ କରିଛନ୍ତି ।ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି,ଯଦି ଥାଆନ୍ତେ ତେବେ ସେଠାରେ ଚିକିତ୍ସିତ କରିଥାନ୍ତେ । ଏହିପରି ଅବସ୍ଥାରେ ସ୍ୱାସ୍ଥ୍ୟ ବିଭାଗର ସ୍ଥିତ ରହିଥିବା ବେଳେ ରୋଗୀ ରାସ୍ତାରେ ଯାଇ ନ ପାରି ବା ଅର୍ଥ ଅଭାବ ସକାଶୁ ମୃତ୍ୟୁ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସେପଟେ ସୁଗାମାହା ଲୋକଙ୍କ ମୌଳିକ ସୁବିଧା ନିମନ୍ତେ ପକ୍କାରାସ୍ତା ଟିଏ କେବେ ହେବ ଓ ଲୋକେ ଠିକ୍‌ ଭାବରେ ଯାତାୟାତ କରିପାରିବେ ଓ ଆମ୍ବୁଲାନ୍ସ ଘରକୁ ଯିବ ଓ ରୋଗୀ ଏହାର ଲାଭ ଉଠାଇ ପାରିବେ ତାହା ଗ୍ରାମବାସୀ ଅପେକ୍ଷାରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 19 =