ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ

0 19

ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗ୍ରହଣ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତାକାଲି ହିଁ ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ପଦ ପାଇଁ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲାଏନ୍ସରୁ ଜଗଦୀପ ଧନକଡ଼ (ଏନଡିଏ) ଲଢୁଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀଭାବେ ମାର୍ଗାରେଟ୍‌ ଆଲଭା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

three × five =