ଦରବୃଦ୍ଧିକୁ ନେଇ ଦେଶତମାମ ଗର୍ଜିଲା କଂଗ୍ରେସ

0 49

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଘନ ଘନ ଜେରା ଓ ରେଡକୁ ନେଇ ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ତଥା କ୍ରୋଧ ଏବଂ ଦରଦାମ ବୃଦ୍ଧି,ଜିଏସଟି,ବେକାରୀ ଆଦି ପ୍ରସଙ୍ଗକୁ ଆଧାର କରି ଆଜି ଦେଶତମାମ ଦେଖିବାକୁ ମିଳିଛି ଜାତୀୟ କଂଗ୍ରେସର ଅଭୂତପୁର୍ବ ବିକ୍ଷୋଭ । ପଲ୍ଲୀଠୁ ଆରମ୍ଭ କରି ଦିଲ୍ଲୀ ସବୁଠି ନାରାବାଜି ଓ ହଙ୍ଗାମା । ରାଜଧାନୀ ଦିଲ୍ଲୀରେ ଆଜି ସ୍ଲୋଗାନରେ କମ୍ପମାନ ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ସବୁଠି ନକେଦମ ହେବାକୁ ପଡ଼ିଛି । ମୁଦ୍ରାସ୍ପିତି,ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଭବନ ଅଭିମୁଖେ ଯାତ୍ରା କରିଥିବା ବେଳେ ପୁଲିସ ବାଧାସୃଷ୍ଟି କରିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି,ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଶଶି ଥରୁରଙ୍କୁ ପୁଲିସ ଅଟକ ରଖିଛି । ସଂସଦୀୟ ସୁରକ୍ଷା ବଳ ଏବଂ ଦିଲ୍ଲୀ ପୁଲିସ ବିଜୟ ଚୌକ ରୋଡକୁ ବ୍ଲକ କରିଛନ୍ତି । ସେହିପରି ସଂସଦରୁ ରାଷ୍ଟ୍ରପତି ଭବନ ରାସ୍ତାକୁ ପୁଲିସ ବାରିକେଡ କରିଛି । କଂଗ୍ରେସ ଏମପିମାନଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ସେହିପରି କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସକୁ ଘେରାଉ ପାଇଁ ଯୋଜନା କରିଥିଲା । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଲନୀ କରି ଦେଶରେ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମ ଦେଶ ଏବେ ଏକଛତ୍ରବାଦୀ ଶାସକ ଅଧୀନକୁ ଚାଲିଯାଇଛି । ସେମାନଙ୍କୁ ସଂସଦରେ କହିବାକୁ ଦିଆଯାଉ ନାହିଁ । ବାହାରେ ପ୍ରଦର୍ଶନ କଲେ ଗିରଫ କରାଯାଉଛି । ଦେଶ ଗଢା ହେବାକୁ ୭ ଦଶକ ଲାଗିଥିଲା । ହେଲେ ବିଜେପି ୮ ବର୍ଷରେ ଏହାକୁ ଶେଷ କରିଦେଇଛି । ବେରୋଜଗାରୀ, ହିଂସା ଓ ଦରଦାମ ଆଦି ପ୍ରସଙ୍ଗ ଉପରେ ବିଜେପି ଧ୍ୟାନ ଦେଉନାହିଁ । ସବୁଠୁ ବେଶୀ ବେକାର ଭାରତରେ ଅଛନ୍ତି । ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍‌ ବଢି ଚାଲିଛି । କିନ୍ତୁ ଅର୍ଥମନ୍ତ୍ରୀ ଦେଖୁନାହାଁନ୍ତି । କୌଣସି ଗାଁ କିମ୍ବା ସହରକୁ ଗଲେ ଲୋକେ ଦରଦାମ ବୃଦ୍ଧି ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ସରକାରଙ୍କୁ ଏହା ଦେଖାଯାଉନି । ସେ ସତ କହୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କ ପଛରେ ତଦନ୍ତକାରୀ ସଂସ୍ଥା ପଡିଛି ବୋଲି ସେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 + 15 =