ବଢିଲା ରେପୋରେଟ;ପ୍ରଭାବିତ ହେବ ଋଣ ଓ ଇଏମଆଇ

0 73

ମୁମ୍ବାଇ : ଦେଶରେ ଦରଦାମ ବୃଦ୍ଧି ତଥା ମୁଦ୍ରାସ୍ଫୀତିକୁ ନେଇ ଦେଶରେ କଂଗ୍ରେସର ଯୋରଦାର ଆନ୍ଦୋଳନ ଚାଲିଥିବା ବେଳେ,ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଆଜି ମୁଦ୍ରା ନୀତି ସମୀକ୍ଷା ଅବସରରେ ରେପୋରେଟ୍‌ ବୃଦ୍ଧି କରିଛନ୍ତି । ଆରବିଆଇ ପକ୍ଷରୁ ୫୦ ବେସିସ ପଏଣ୍ଟ ତଥା ୪.୫ ପଏଣ୍ଟକୁ ବୃଦ୍ଧି କରାଯାଛି । ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍‌ ହ୍ରାସ କରାଯାଥିଲା । ସେତେବେଳେ କୋଭିଡ୍‌ ଓ ଲକଡାଉନ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋରେଟ ହ୍ରାସ କରାଯାଇଥିଲା । । ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ ୪ ତାରିଖ ପର୍ଯ୍ୟନ୍ତ ସୁଦ୍ଧହାର ଅପରିବର୍ତ୍ତିତ ରହିଥିଲା । ରେପୋରେଟ ବୃଦ୍ଧି ହୋଇଥିବାରୁ ଆଗକୁ ମହଙ୍ଗା ହେବ ଗୃହ ଓ କାର ଋଣ । ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି । ଜୁନ୍‌ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା । ଏହାକୁ ଦେଖି ମାସିକ ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ । ରେପୋରେଟ ବଢ଼ାଇବା ପରେ ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ । ସେହିପରି ୨୦୨୩-୨୪ରେ ମୁଦ୍ରାସ୍ପିତି ୫ ପ୍ରତିଶତକୁ ଖସି ଆସିବ ବୋଲି ଆକଳନ କରାଯାଇଛି । ସେହିପରି ୨୦୨୨-୨୩ରେ ଜିଡିପି ଅବିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେବେ ୨୦୨୩-୨୪ର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଛି । ଏବେ ରେପୋ ରେଟ୍‌ ବଢିବା ପରେ ଋଣ ଏବଂ ଇଏମଆଇ ଉପରେ ନିଶ୍ଚିତ ରୂପେ ପ୍ରଭାବ ପଡିବ । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପିତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି । କିଛି ଦିନ ହେଲା ଦେଶରେ ସବୁ ପ୍ରତ୍ୟକ ଜିନିଷର ଦରଦାମ ବଢି ଚାଲିଛି । ଏପରିକି ଏପ୍ରିଲ ୨୦୨୨ରେ ଖୁଚରା ମୁଦ୍ରାସ୍ପିତି ୭ ଦଶମିକ ୮ ପ୍ରତିଶତ ଛୁଇଁଛି ।

hiranchal ad1
Leave A Reply

Your email address will not be published.

9 − 7 =