ଦୁଇ ସପ୍ତାହ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଓ ଅର୍ପିତା

0 47

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉଭୟଙ୍କୁ କୋର୍ଟରେ ହାଜାର କରିବା ପରେ ଆଉ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ଇଡି କହିଥିଲା ଯେ ଘଟଣାର ତଦନ୍ତ ବେଳେ ଅନେକ ନୂଆ ତଥ୍ୟ ମିଳିଛି । ଏସବୁ ବିଷୟରେ ଅଧିକ ଜେରାର ଆବଶ୍ୟକତା ରହିଛି । ତେବେ ପିଏମଏଲଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜୀବନ କୁମାର ସାଧୁ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଏଥିସହ ପାର୍ଥ ଓ ଅର୍ପିତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଥିଲେ । ପାର୍ଥ ଓ ଅର୍ପିତାଙ୍କୁ ଜୁଲାଇ ୨୩ ତାରିଖରୁ ଇଡି ନିଜ ହେପାଜତରେ ରଖିଥିଲା । ବେଆଇନ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା । ଏହାପରେ ହିଁ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one × 2 =