ଶିଶୁ କନ୍ୟାଙ୍କୁ ମାଡ ମାରିଲେ ଅଙ୍ଗନବାଡି ସହାୟିକା, ଅଭିଯୋଗ ଆଣିଲେ ଅଭିଭାବକ

0 96

ପୁରୀ : କାକଟପୁର କୁଞ୍ଜ ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ କନ୍ୟାକୁ ମାଡ଼ ଅଭିଯୋଗ । ବେତ ବାଡ଼ିରେ ଶିଶୁ କନ୍ୟାକୁ ମାଡ ମରାଯାଇ ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଙ୍ଗନବାଡି ସହାୟିକା ମାଡ଼ ମାରିଥିବା ଅଭିଯୋଗ । ଆଜି ସହାୟିକା ଜନୈକ ଚାରି ବର୍ଷର ଶିଶୁ କନ୍ୟାକୁ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୈନଦିନ ଅଙ୍ଗନବାଡିରେ ପିଲା ମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାଡ଼ ମରାଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଯେଉଁ ଭଳି ଭାବରେ କୋମଳମତି ପିଲା ମାନଙ୍କୁ ଅଙ୍ଗନବାଡିରେ ଯତ୍ନ ନେବା କଥା ସେଭଳି କାର୍ଯ୍ୟ ନ କରି ଅମାନୁଷିକ ଭାବରେ ପିଲା ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ । ସେପଟେ
ଆଜି ମାଡ଼ ମାରିବା ଘଟଣା ପ୍ରକାଶ ପାଇବା ପରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରି ଚାଲିଗଲେ ଅଙ୍ଗନବାଡି କର୍ମୀ ଓ ସହାୟିକା । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଭଳି କାର୍ଯ୍ୟ କରୁଥିବା ଅଙ୍ଗନବାଡି ସହାୟିକାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ।

hiranchal ad1
Leave A Reply

Your email address will not be published.

two + three =