ପୁଣି ମହାପ୍ରଭୁଙ୍କୁ ଅସମ୍ମାନ, କେକ୍‌ରେ ଶ୍ରୀଜଗନ୍ନାଥଙ୍କ ଫଟୋ

0 109

ପୁରୀ : ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ପ୍ରଜାତନ୍ତ୍ରର ୭୫ତମ ପୂରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ଖୁସିରେ ଏକ ଅନୁଷ୍ଠାନ ମହାପ୍ରଭୁଙ୍କୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଛି । ଯାହା ଜଗନ୍ନାଥ ପ୍ରେମୀଙ୍କୁ ବଡ ଆଘାତ ଦେଇଛି । ସମ୍ମାନିତ ହେବା ଖୁସିରେ ସଂପୃକ୍ତ ଅନୁଷ୍ଠାନ ଯେଉଁ କେକ୍‌ କାଟି ମୌଜ କରିଥିଲେ ସେହି କେକରେ ନିଳଚକ୍ର, ରାମାନନ୍ଦି ଚିତା ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ରହିଛି ।

hiring

ଏହି କେକ୍‌ କୁ କାଟି ଖାଇବା ବେଳେ ମହାପ୍ରଭୁଙ୍କ ଚିତ୍ରକୁ କାଟି ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ନିଜ ଅନୁଷ୍ଠାନର ପ୍ରଚାର ପ୍ରସାର ବଢିବା ପାଇଁ ଯେଉଁ ଅନୁଷ୍ଠାନ ତାଙ୍କ ଲୋଗରେ ମହାପ୍ରଭୁଙ୍କ ଫଟୋକୁ ବ୍ୟବହାର କରିଛି ସେମାନେ କିଭଳି ଏତେ ଦାୟିତ୍ୱହୀନ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଏକ ନିନ୍ଦନୀୟ ଘଟଣା । ଏଭଳି ଘଟଣାକୁ ନେଇ ଅନେକ ଜଗନ୍ନାଥ ପ୍ରେମୀ ଭକ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଗନ୍ନାଥ ମହାପ୍ରଭୁଙ୍କୁ କେକ୍‌ ବନେଇ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଖାଇବା ଆଦୌ ଗ୍ରହଣୀୟ ନୁହେଁ । ଏଭଳି କୁକାର୍ଯ୍ୟ ପାଇଁ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ପ୍ରାୟଶ୍ଚିତ ହୁଅନ୍ତୁ । ନଚେତ ଉକ୍ତ ଅନୁଷ୍ଠାନ ବିରୁଦ୍ଧରେ ଜଗନ୍ନାଥ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସରକାର ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

nineteen − 6 =