ପୂର୍ଣ୍ଣିମାରେ ମହୁରୁଣ୍ଡି ଶିବ ମନ୍ଦିରଠାରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

0 146

ଖପ୍ରାଖୋଲ : ଆଜି ଶ୍ରାବଣ ପୂର୍ଣ୍ଣିମା ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ ନଥିବା ବେଳେ ଚଳିତ ବର୍ଷ କାଉଡିଆଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବୋଲ୍‌ବମ୍‌ ନାରାରେ ବାଟଘାଟ ଉଛୁଳି ପଡୁଛି । ଚଳିତ ବର୍ଷ ହଜାର ହଜାର ବୋଲ୍‌ବମ୍‌ ଭକ୍ତଙ୍କ ସହ ଶ୍ରଦ୍ଧାଳୁ ପାପ ନାଶିନୀ ଝରଣାରେ ବୁଡ଼ ପକାଇବା ଏବଂ ସେଲାପଥରରେ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

hiring

ବୋଲ୍‌ବମ୍‌ ଭକ୍ତମାନେ ଝରଣାରୁ ବୁଡ଼ ପକାଇ ପାଣି ନେଇ ଲମ୍ବା ଧାଡ଼ିରେ ରହି ହରିଶଙ୍କରଙ୍କ ପାଖରେ ପାଣି ଢାଳିଥିଲେ । ଚଳିତ ବର୍ଷ ବାବାଙ୍କର ଦର୍ଶନ ମିଳିଥିବାରୁ ବୋଲ୍‌ବମ୍‌ ଭକ୍ତଙ୍କ ମଧ୍ୟରେ ଆବେଗ ଭାବ ବେଶ ଉତ୍ସାହ ଦେଖାଯାଇଥିଲା । ଶ୍ରାବଣ ମାସ କହିଲେ ଶିବ ବାବାଙ୍କ ମାସ ବୋଲି ଧରାଯାଏ । ଏଣୁ ହରିଶଙ୍କର ବାବାଙ୍କ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବୋଲ୍‌ବମ୍‌ ଭକ୍ତମାନେ ପ୍ରକାଶ କରିଛନ୍ତି । ବୋଲ୍‌ବମ୍‌ ଭକ୍ତମାନେ ଝରଣାରୁ ବୁଡ଼ ପକାଇ ପାଣି ନେଇ ମହୁରୁଣ୍ଡି ଗାଁର ଶିବ ମନ୍ଦିର ଯାଇ ଲମ୍ବା ଧାଡ଼ିରେ ରହି ଶିବ ବାବାଙ୍କୁ ପାଣି ଢାଳିଥିଲେ ।

hiranchal ad1
Leave A Reply

Your email address will not be published.

eleven + five =