ମା’ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା

0 142

ହରଭଙ୍ଗା : ହରଭଙ୍ଗା ଅଂଚଳର ଆରାଧ୍ୟଦେବୀ ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳେ ୮ଟା ସମୟରେ ହରଭଙ୍ଗା ଗ୍ରାମର ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ମହାନଦୀରେ ପୂଜା ଅର୍ଚ୍ଚନା କରି ଏବଂ କଳସ ଧରି ପୂଜାମଣ୍ଡପ ନିକଟକୁ ଆସିଥିଲେ । ନାମ ସଂକୀର୍ତ୍ତନ କରି ବିରାଟ ପଦଯାତ୍ରାରେ ଆସିଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ଆଦଜି ଅଙ୍କୁରାରୋପଣ, କଳସଯାତ୍ରା,ଗର୍ଭଧାନ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ମହାସ୍ନାନ, ପ୍ରାଣପ୍ରତିଷ୍ଠା, ଉପଚାରଣ ପୂଜା, ସ୍ତମ୍ବ ତୋରଣ ପୂଜା, ଚଣ୍ଡୀ ହୋମ ହେବାକୁ ଥିବା ବେଳେ ୬ତାରିଖରେ ବିହିତ ପୂଜା, ରୁଦ୍ର ଚଣ୍ଡୀ ପାଠ, ଯୁପଧ୍ୱଜ ପୂଜା, କଳସ ସ୍ନାନ, ଦିବା ୨.୩୦ ମଧ୍ୟେ ବିଗ୍ରହ ପ୍ରବେଶ ଓ ପୂର୍ଣ୍ଣାହୁତି ହେବ । ଏହି ପୂଜା କାର୍ଯ୍ୟକ୍ରମରେ ପଣ୍ଡିତ ରଂଜନ ମହାପାତ୍ର, ଟଙ୍କଧର ସାବତ, ହରିହର ପୁରହିତ, ସତ୍ୟପ୍ରକାଶ ତ୍ରିପାଠୀ, ପିଣ୍ଟୁ ମିଶ୍ର, ପ୍ରଦୀପ କୁମାର ଦାସ, ସୁବୋଧ ମହାପାତ୍ର, ରଂଜିତ ପୁରହିତ କର୍ତ୍ତା ଭାବେ ନାରାୟଣ ଦନାୟକ ଓ ତାଙ୍କ ପତ୍ନୀ ସୁଷମା ଦନାୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ମଣ୍ଡପ ନିକଟରେ ନାମ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ମିନା ବଜ଼ାର, ଅପେରା ଆଦି ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବ ଦେଖିବାକୁ ବହୁ ସଂଖ୍ୟାରେ ଜନ ସମାଙ୍ଗନ ହୋଇଥିଲା । ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ର ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ଅଂଚଳ ବାସି ସହଯୋଗ କରିଥିଲେ । ଚୈତ୍ର ମାସ କୃଷ୍ଣପକ୍ଷ ତୃତୀୟ ତିଥିରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଚାଲିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

7 + one =