ସୁବର୍ଣ୍ଣ ଜୟନ୍ତୀ ସମାରହ ପ୍ରସ୍ତୁତି : ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧୀଙ୍କୁ ନେଇ ବୈଠକ

0 138

ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ଛାତ୍ର ତଥା ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ଛାତ୍ର ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ସଦନ ନାୟକ, ନବରଙ୍ଗପୁର ପୌରପାଳିକା ପୌର ଅଧ୍ୟକ୍ଷ କୁନୁ ନାୟକ ଉପସ୍ଥିତି ଥିବାବେଳେ ନବରଙ୍ଗପୁର ଜିଲ୍ଲାପାଳ ତଥା ସ୍ୱର୍ଣ୍ଣ ଜୟନ୍ତୀ କମିଟି ଅଧ୍ୟକ୍ଷ ଡଃ କମଳ ଲୋଚନ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଆବାହକ ଗଣେଶ ଦାଶ ଅତିଥି ପରିଚୟ ଦେଇଥିବାବେଳେ ପୂର୍ବତନ ଛାତ୍ର ଅଜିତ ପାତ୍ର କମିଟିର କାର୍ଯ୍ୟ କଳାପ ଓ କୋର କମିଟି ଓ ଉପ କମିଟି ଗଠନ ହେବା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତି କିଭଳି ସୁରଖୁରରେ ହେବ ସେ ସମ୍ପର୍କରେ ବିସ୍ତୃତ ଭବରେ ଆଲୋଚନା ହୋଇଥିଲା । ବିଶେଷ କରି ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ଖର୍ଚ୍ଚ ଅଟ୍ଟକଳ, ଅତିଥି ନିମନ୍ତ୍ରଣ ଚୟନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ମାନ୍ୟବର ସାଂସଦ ବିଧାୟକ ଗଣ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ଅର୍ଥରେ ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ଗୃହରେ ଭରସା ଦେବା ସହ ସେମାନେ ସମସ୍ତ ପ୍ରକାର ସହଯୋଗ ଯୋଗେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ୱର୍ଣ୍ଣ ଜୟନ୍ତୀ ରୂପରେଖ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ମହାବିଦ୍ୟାଳୟରେ ଏହି ସମୟରେ ଛୁଟି ଥିବାରୁ କାର୍ଯ୍ୟକ୍ରମକୁ ଡିସେମ୍ବର ଶେଷ ସପ୍ତାହରେ ପାଳନ କରିବାକୁ ବିଭିନ୍ନ ରାଜନେତା, ପୂର୍ବତନ ଛାତ୍ର , ବୁଦ୍ଧିଜୀବୀମାନେ ବୈଠକରେ ମତ ବ୍ୟକ୍ତ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ,ଆଲୁମିନି କୋର କମିଟିର ଆବାହକ ଗଣେଶ ଦାଶ, ସହ ଆବାହକ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଦିଲ୍ଲୀପ କୁମାର ହୋତା, ଆଇନ ପରାମର୍ଶଦାତା ଶ୍ରୀ ନରସିଂହ ତ୍ରିପାଠୀ, ଆଲୁମିନି କାର୍ଯ୍ୟକାରୀ କମିଟିର ସଦସ୍ୟ କିଶୋର ପଟ୍ଟନାୟକ, ଶିବଶଙ୍କର ତ୍ରିପାଠୀ, ଶ୍ରୀମତି ସ୍ୱର୍ଣ୍ଣଲତା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ଉମାଶଙ୍କର ତ୍ରିପାଠୀଙ୍କ ସହ ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ର ଏବଂ ବିଭିନ୍ନ ରାଜନୀତି ଦଳର ଜିଲ୍ଲା ସଭାପତି ଓ ବିଭିନ୍ନ ସଂଗଠନର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 3 =